ବାତ୍ୟା ଅମ୍ଫନ୍‌‌ ନେଲା ୨ ଜୀବନ

କୋଲକାତା,୨୦।୫: ପଶ୍ଚିମ ବଙ୍ଗର କିଛି ସ୍ଥାନରେ ମହାବାତ୍ୟା ଅମ୍ଫନ୍‌ ତାଣ୍ଡବ ରଚାଇଛି। ସ୍ଥଳଭାଗ ମୁହାଁ ହେଉଥିବା ଅମ୍ଫନ୍‌ ଯୋଗୁ ମଙ୍ଗଳବାରଠାରୁ ପଶ୍ଚିମବଙ୍ଗରେ ପ୍ରବଳ ବର୍ଷା ହେଉଛି। ବୁଧବାର ତୀବ୍ର ବେଗରେ ପବନ ବହିବାରୁ କେତେକ ସ୍ଥାନରେ ବିଦ୍ୟୁତ୍‌ ଖୁଣ୍ଟ ଓ ବଡ଼ ବଡ଼ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଛି। ତେବେ ବାତ୍ୟା ଅମ୍ଫନ ଯୋଗୁ ରାଜ୍ୟରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ଉତ୍ତର ଚବିଶ ପ୍ରଗଣା ଜିଲାରେ ଜଣେ ୫୫ବର୍ଷୀୟ ମହିଳାଙ୍କ ଉପରେ ଗଛ ପଡ଼ିଯିବାରୁ ମୃତ୍ୟୁ ହୋଇଥିବା ବେଳେ ଟିଣ ଆଜବେଷ୍ଟ ତଳେ ଫସି ଜଣେ ୧୩ବର୍ଷର ବାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ ପଶ୍ଚିମବଙ୍ଗ ସୁନ୍ଦରବନରେ ବାତ୍ୟା ଅମ୍ଫନ୍‌ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିଛି। ଏହି ପ୍ରକ୍ରିୟା ପାଇଁ ୪ଘଣ୍ଟା ସମୟ ଲାଗିବାକୁ ଥିବା ବେଳେ ଏହାର ପ୍ରଭାବରେ ଆଖପାଖ ସ୍ଥାନରେ ପ୍ରବଳ ବେଗରେ ପବନ ବହିବା ସହ ବର୍ଷା ଲାଗି ରହିଛି।

Share