ବାତ୍ୟା ପରେ ଚକଡ଼ା ପୋକ ଆତଙ୍କ

କୋଷ୍ଠା,୧୩ା୧୧(ଡି.ଏନ୍‌.ଏ.)- ଶୂଳିଆପଦା ବ୍ଲକ ଅଞ୍ଚଳରେ ବୁଲବୁଲ ବାତ୍ୟା ପ୍ରଭାବରେ ବ୍ୟାପକ ଧାନ ଫସଲ ନଷ୍ଟ ହେବାର ଆଶଙ୍କା ପ୍ରକାଶ ପାଇଛି। ବହୁ ଚାଷୀଙ୍କ ପାଚିଲା ଧାନ ଗଛ ପାଣିରେ ବୁଡ଼ି ରହିଛି। ୧୩ ତାରିଖରେ କ୍ଷୟକ୍ଷତି ରିପୋର୍ଟ ମିଳିବ ବୋଲି ବ୍ଲକ କୃଷି ଅଧିକାରୀ କହିଛନ୍ତି। ତେବେ ବାତ୍ୟା ପରେ ଏବେ କେତେକ ସ୍ଥାନରେ ଧାନ କ୍ଷେତରେ ଚକଡା ପୋକ ଲାଗିଥିବା ଜାଣିବାକୁ ମିଳିଛି। ଏନେଇ ଚାଷୀମାନେ ମୁଣ୍ଡରେ ହାତଦେଇ ବସିଛନ୍ତି । କୃଷି ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ପ୍ରତିକାର ପାଇଁ ଅନୁରୋଧ କରାଯାଇଛି ା