ବାତ୍ୟା ପରେ ସହାୟତା ପାଇଁ ପ୍ରୟାସ

ବାଲେଶର ଅଫିସ, ୨୦ା୫-ବିଜେଡିର ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ରାଜ୍ୟ ବିଜେଡି ସଙ୍ଗଠନ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ବାଲେଶ୍ୱର ଜିଲା ସଭାପତି ତଥା ପୂର୍ବତନ ଏମ୍‌ପି ରବୀନ୍ଦ୍ର ଜେନା ଜିଲାର ବାତ୍ୟା ପ୍ରଭାବିତ ଅଞ୍ଚଳକୁ ଗସ୍ତ କରିଥିଲେ। ବାତ୍ୟା ପରବର୍ତ୍ତୀ ସମୟରେ ଲୋକମାନଙ୍କ ପାଖରେ କିପରି ସହାୟତା ପହଞ୍ଚାଯାଇପାରିବ ସେ ବିଷୟରେ ଦଳୀୟ ବରିଷ୍ଠ ନେତୃତ୍ୱଙ୍କ ସହ ଆଲୋଚନା କରିବା ସହିତ ମହାମାରୀ ’କରୋନା’ର ମୁକାବିଲା ପାଇଁ ରାଜ୍ୟ ସରକାର କରିଥିବା ଜନକଲ୍ୟାଣ ଯୋଜନାଗୁଡିକ ଠିକ ଭାବେ ଜନସାଧାରଣଙ୍କ ପାଖରେ ପହଞ୍ଚିପାରୁଛି କି ନାହିଁ ତାହା ବିଶଦ ଭାବେ ଆଲୋଚନା କରିଥିଲେ। ଭୋଗରାଇର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସ, ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ, ଜଳେଶ୍ବର ବିଧାୟକ ଅଶ୍ୱିନୀ ପାତ୍ର, ସଦର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶଙ୍କ ସହ ସମସ୍ତ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ।