Categories: ବାଣିଜ୍ୟ

ବାତ୍ୟା ପ୍ରଭାବିତଙ୍କୁ ଟୟୋଟା କର୍ମଚାରୀଙ୍କ ପକ୍ଷରୁ ସହାୟତା

ଭୁବନେଶ୍ୱର,୨୯।୫: ଟୟୋଟା କିର୍ଲୋସ୍କାର ମୋଟର୍ସ ପକ୍ଷରୁ ଫନୀ ପ୍ରଭାବିତ ଲୋକଙ୍କ ଲାଗି ରିଲିଫ ପ୍ରଦାନ କରାଯାଇଛି। ପ୍ରଭାବିତ ୮୦୦ ପରିବାରକୁ ଖାଦ୍ୟ ସାମଗ୍ରୀ ଏବଂ ୧୫୦ ସୋଲାର ଲ୍ୟାମ୍ପ ପ୍ରଦାନ କରାଯାଇଛି। ଏହା ଦ୍ୱାରା ମୋଟ ୩୨ ହଜାର ଲୋକଙ୍କ ନିକଟରେ କମ୍ପାନୀ ପହଞ୍ଚି ପାରିଛି। ଆଗାମୀ ଦିନରେ ଆଉ ୧୫୦ ପରିବାରକୁ ସହାୟତା ଯୋଗାଇବାକୁ କମ୍ପାନୀ ଲକ୍ଷ୍ୟ ରଖିଛି। କର୍ମଚାରୀଙ୍କ ପକ୍ଷରୁ ସ୍ଥାପିତ ଆଇକେୟାର ସଂସ୍ଥା ପକ୍ଷରୁ ରିଲିଫ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା। ସେହିଭଳି ଏକ ଭ୍ରାମ୍ୟମାଣ ମେଡିକାଲ ୟୁନିଟ ମଧ୍ୟ ନିୟୋଜନ କରାଯାଇଥିଲା। ଏକ ଦାୟିତ୍ୱ ସମ୍ପନ୍ନ କର୍ପୋରେଟ ସିଟିଜେନ ଭାବେ ଏଭଳି ପଦକ୍ଷେପ ଗ୍ରହଣ କରିଥିବା ମାର୍କେଟିଂ ବିଭାଗ ଡେପୁଟି ନିର୍ଦ୍ଦେଶକ ଏନ୍‌.ରାଜା ସୂଚନା ଦେଇଛନ୍ତି।

Share