Advertisement
Categories: ଗଞ୍ଜାମ

ବାତ୍ୟା ‘ଫନୀ’କୁ ନେଇ ଲୋକେ ଭୟଭୀତ

ଗଞ୍ଜାମ,୧ା୫(ଡି.ଏନ୍‌.ଏ.): ସାମୁଦ୍ରିକ ଝଡ଼‘ଫନୀ’କୁ ନେଇ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ଗଞ୍ଜାମ ବ୍ଲକ ଗୋଡ଼ମପେଟା, କଣ୍ଟିଆଗଡ଼, ଗୋଖରକୁଦା ଆଦି ସମୁଦ୍ର କୂଳବର୍ତ୍ତୀ ଲୋକେ ପାଣିପାଗ ବିଭାଗଠାରୁ ସୂଚନା ପାଇବା ପରେ ଏକପ୍ରକାର ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଏଥିସହିତ ସାମାଜିକ ଗଣମାଧ୍ୟମର ବହୁଳ ପ୍ରଚାରପ୍ରସାର ଯୋଗୁ ଅତ୍ୟଧିକ ଭୟଭୀତ ହୋଇପଡିଛନ୍ତି ବୋଲି ଗୋଖରକୁଦା ଗ୍ରାମର ବଟେଶ୍ୱର ଜେନା କହିଛନ୍ତି। ଜିଲାପାଳଙ୍କ ନିର୍ଦ୍ଦେଶ ପରେ ବ୍ଲକ ଓ ତହସିଲ ପ୍ରଶାସନ ପକ୍ଷରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ମାଇକ ଯୋଗେ ସଚେତନ କରାଯାଉଛି। ତହସିଲଦାର ଅବନୀ କୁମାର ସାହୁ ଏବଂ ବିଡିଓ ଜ୍ୟୋତିଶଙ୍କର ରାଏ ଉକ୍ତ ଗ୍ରାମଗୁଡ଼ିକୁ ଯାଇ ବାତ୍ୟା ଆଶ୍ରୟସ୍ଥଳ ଅନୁଧ୍ୟାନ କରିଛନ୍ତି। ଅନ୍ୟପଟେ ବାତ୍ୟା ଆଶଙ୍କାରେ ସ୍ଥାନୀୟ ଲୁଣଚାଷୀ ମଧ୍ୟ ଆତଙ୍କିତ ହୋଇପଡ଼ିଛନ୍ତି। କାରଣ ଗତ ୫ ବର୍ଷ ଧରି ଲୁଣଚାଷ କ୍ଷତି ହୋଇ ଆସୁବାବେଳେ ଚଳିତବର୍ଷ ଭଲ ହୋଇଛି। କିନ୍ତୁ ବାତ୍ୟା ହେଲେ ତାହା ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବ ବୋଲି ଗ୍ରାମର ବୃନ୍ଦାବନ ସାହୁ କହିଛନ୍ତି। ଅନ୍ୟପକ୍ଷରେ ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ସତର୍କ ରହିଥିବା ଜଣାପଡ଼ିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel