Categories: ଜାତୀୟ

ବାତ୍ୟା ‘ବାୟୁ’କୁ ନେଇ ଉଚ୍ଚସ୍ତରୀୟ ବୈଠକ ଡାକିଲେ ସ୍ବରାଷ୍ଟ୍ର ମନ୍ତ୍ରୀ

ନୂଆଦିଲ୍ଲୀ,୧୧।୬: ବାତ୍ୟା ‘ବାୟୁ’କୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ମଙ୍ଗଳବାର ହୋଇଥିବା ଏହି ବୈଠକରେ କେନ୍ଦ୍ର ମନ୍ତ୍ରୀ ଓ ରାଜ୍ୟ ମନ୍ତ୍ରୀଙ୍କ ସହ ଅମିତ ଶାହ ବାତ୍ୟା ମୁକାବିଲା ପ୍ରସ୍ତୃତି ନେଇ ଆଲୋଚନା କରିଥିଲେ। ଏଥିସହ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ସହ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ, ନୌସେନା, ସ୍ଥଳସେନା, ବାୟୁସେନା, ଆବଶ୍ୟକୀୟ ହେଲିକେପ୍ଟର, ଓ ଇଣ୍ଡିଆନ କୋଷ୍ଟଗାର୍ଡଙ୍କୁ ପ୍ରସ୍ତୃତ ରହିବା ପାଇଁ ଶାହ କହିଛନ୍ତି। ପାଣିପାଗ ବିଭାଗର ସୂଚନା ଅନୁସାରେ ବାତ୍ୟା ବାୟୁ ମଙ୍ଗଳବାର ସନ୍ଧ୍ୟାରେ ଭୟଙ୍କର ରୂପ ଧାରଣ କରିବ ଏବଂ ବୁଧବାର ସନ୍ଧ୍ୟାସୁଦ୍ଧା ପବନର ବେଗ ଘଣ୍ଟାପ୍ରତି ୧୩୫ କିଲୋମିଟର ହେବ ବୋଲି ଜଣାପଡ଼ିଛି। ବାତ୍ୟା ବାୟୁ ଜୁନ ୧୩ରେ ଗୁଜରାଟ ପହଞ୍ଚିବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ। ଏହାର ପ୍ରଭାବରେ ଗୁଜରାଟର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ରେଡ ଆଲର୍ଟ ଜାରି କରିଛି। ଏହି ସମୟରେ ସମୁଦ୍ର ଭିତରକୁ ନ ଯିବା ପାଇଁ ମତ୍ସଜୀବୀଙ୍କୁ କୁହାଯାଇଛି।

Share