ବାତ୍ୟା ବିପନ୍ନଙ୍କ ଲାଗି ଜିଲା ପ୍ରଶାସନର ସହାୟତା : ନୂଆପଡ଼ା, ଚିଲିକା ଗଲେ ୮ ଡାକ୍ତର

ଛତ୍ରପୁର,୧୧ା୫(ଡି.ଏନ.ଏ)-ବାତ୍ୟା ‘ଫନୀ’ ପ୍ରଭାବିତ ଲୋକଙ୍କୁ ବିିଭିନ୍ନ ସାହାର୍ଯ୍ୟ ଓ ବାତ୍ୟା ଅଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟ ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ସହାୟତା ପ୍ରଦାନ କରାଯାଉଛି। ଜିଲାବାସୀ ସାହାର୍ଯ୍ୟ ଓ ସହଯୋଗ କରିବା କରିବାକୁ  ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ନିବେଦନ କରିଛନ୍ତି। ଗଞ୍ଜାମ ତହସିଲଦାର ଅବନୀ କୁମାର ସାହୁଙ୍କ ନେତୃତ୍ୱରେ ତହସିଲ ଓ ସବ୍‌ରେଜିଷ୍ଟ୍ରାର କର୍ମଚାରୀମାନଙ୍କ ଉଦ୍ୟମରେ ବାତ୍ୟା ବିପନ୍ନଙ୍କ ନିମନ୍ତେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୨ଲକ୍ଷ ୨୦ ହାଜର ଟଙ୍କାର ଏକ ଚେକ୍‌ ଶୁକ୍ରବାର ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ପ୍ରଦାନ କରାଯାଇଛି। ସେହିପରି ଗଞ୍ଜାମ ରେଡ୍ଡୀ ମହାଜନ ସଂଘ ପକ୍ଷରୁ ଜିଲାପାଳଙ୍କ ପ୍ରକୋଷ୍ଠରେ ୫୧ ହଜାର ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡ ଉଦେଶ୍ୟରେ ପ୍ରଦାନ କରିବା ସହ ଆଗାମୀ ଦିନରେ ପୁଣି ସଂଘ ପକ୍ଷରୁ ସାହାର୍ଯ୍ୟ କରାଯିବ ବୋଲି କୁହାଯାଇଥିଲା। ସେହିପରି ଛତ୍ରପୁର ଆଇସିଆଇସିଆଇ  ବ୍ୟାଙ୍କ ପକ୍ଷରୁ  ମଧ୍ୟ ୧୦ ଲକ୍ଷ ଟଙ୍କାର ଏକ ଚେକ୍‌ ଜିଲାପାଳଙ୍କୁ ଶାଖା ପରିଚାଳକ ଜିତେନ୍ଦ୍ର ରାଉତ ପ୍ରଦାନ କରିଛନ୍ତି। ବାତ୍ୟାରେ ପ୍ରଭାବିତ ଲୋକଙ୍କୁ ସାହାଯ୍ୟ ଓ ସହଯୋଗ ନିମନ୍ତେ ଆସିକା ନୂଆଗାଁ ଗ୍ରାମର ଏଲ.ସୁବାସ ଚନ୍ଦ୍ର ପାତ୍ର ଓ ପୁଅ ଏଲ.ସରୋଜ ପାତ୍ର ଏକ ଲକ୍ଷ ଟଙ୍କାର ଚେକ୍‌ ଜିଲାପାଳଙ୍କ ପ୍ରଦାନ କରିଛନ୍ତି। ବାତ୍ୟା ବିପନ୍ନଙ୍କ ପାଇଁ ସହଯୋଗର ହାତ ବଢାଇଥିବାରୁ ସମସ୍ତଙ୍କୁ ଜିଲାପାଳ କୃତଜ୍ଞତା ଜଣାଇଛନ୍ତି।  ଅତିରିକ୍ତ ଜିଲାପାଳ କବୀନ୍ଦ୍ର କୁମାର ସାହୁ ଓ ଲକ୍ଷ୍ମୀକାନ୍ତ ସେଠୀ, ଛତ୍ରପୁର ଉପଜିଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ଓ ଡିଆରଡିଏ ଏପିଡି ଦେବବ୍ରତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ ଜିଲାର ବୁଗୁଡା,ବାଲିସିରା, ଧରାକୋଟ, ଆଡପଡା, ଶେରଗଡ, ବଡଗଡ ଓ ମୁନିଷିପେଣ୍ଠ ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ୮ ଆୟୁଷ ଡାକ୍ତର ବିପନ୍ନଙ୍କ ଚିକିସତ୍ା କରିବା ପାଇଁ ଜିଲା ମୁଖ୍ୟ ଚିକିସତ୍ାଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଚିଲିକା ଓ ନୂଆପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇଛନ୍ତି।  ଏଥିସହ ୪ ଜଣିଆ ଲେଖାଏ ୨ଟି ସ୍ବାସ୍ଥ୍ୟ ଟିମ୍‌ ମଧ୍ୟ ଗାଲେରି, ବୋମକେଇ, ଖଣ୍ଡଦେଉଳି, କବିସୂର୍ଯ୍ୟନଗର, କୁକୁଡାଖଣ୍ଡି, ଶେରଗଡ ଓ ବଡଗଡ ଅଞ୍ଚଳରୁ ଚିଲିକା,ନୂଆପଡା ଓ କୃଷ୍ଣପ୍ରସାଦ ଅଞ୍ଚଳକୁ ଯାଇଥିବା ଗଞ୍ଜାମ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ପୁରୀ ସହରରେ ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ ପାଇଁ ଗଞ୍ଜାମ ଜିଲାପ୍ରଶାସନ କେତେକ ଟ୍ରାକ୍ଟରକୁ ଚାଳକ ସହ ପଠାଇଛି। ଏଥିସହ ସ୍ବାସ୍ଥ୍ୟ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କ ପକ୍ଷରୁ ଜିଲା ପ୍ରଶାସନକୁ ବାତ୍ୟା ପ୍ରଭାବିତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ପାଇଁ ୭୪ ହଜାର ୮୦୦ ଟଙ୍କା ପ୍ରଦାନ କରାଯାଇଛି। ଏହାପୂର୍ବରୁ ୧୦ ରୁ ଉର୍ଦ୍ଧ୍ୱ ଟ୍ରକ୍‌ରେ ରିଲିଫ୍‌ ସାମଗ୍ରୀ ପୁରୀ ଜିଲାର ବାତ୍ୟା ବିପନ୍ନଙ୍କୁ ଗଞ୍ଜାମ ଜିଲାପ୍ରଶାସନ ପକ୍ଷରୁ ପଠାଯାଇଥିଲା। ଏଥିସହ ୩୨୦୦ ପଲିଥିନ ପୁରୀ ଜିଲାକୁ ପଠାଯାଇଥିବା ବେଳେ ଗଞ୍ଜାମ ଜିଲାର ସରକାରୀ ଅଧିକାରୀ ଓ କର୍ମଚାରୀ ପ୍ରଥମ ପର୍ଯ୍ୟାୟରେ ୩୦ ଲକ୍ଷ ଟଙ୍କା ଆଦାୟ କରି ଏହି ଚେକ୍‌କୁ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରଛନ୍ତି। ଦ୍ୱିତୀୟ ପର୍ଯ୍ୟାୟ ଅର୍ଥର ଚେକ୍‌ ଖୁବ୍‌ ଶୀଘ୍ର ଯିବ ବୋଲି ସୂଚନା ଦିଆଯାଇଛି। ପୁରୀ ସହରରେ ସଫେଇ କାମରେ ଗଞ୍ଜାମ ଜିଲାର ୩୦୦ ସଫେଇ କର୍ମଚାରୀ ନିୟୋଜିତ ହୋଇଛନ୍ତି। ସେଠାରେ ଆଇଏଏସ୍‌ ଅଫିସର ତଥା ବ୍ରହ୍ମପୁର ମହାନଗର ନିଗମର କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର ରହି ଏହି କାର୍ଯ୍ୟର ମନିଟରିଂ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରକୁ ଫେରୁଥିବା ବେଳେ ଦୁର୍ଘଟଣା: ଚାଲିଗଲା ଯୁବକଙ୍କ ଜୀବନ

ଦିଗପହଣ୍ଡି,୧୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଖଣ୍ଡାଳବନ୍ଧ ଗାଁ ନିକଟ ମୁଖ୍ୟରାସ୍ତାରେ ଏକ ଗାଡ଼ି ଧକ୍କାରେ ଜଣେ ଯୁବକ ମୃତ୍ୟୁ ଘଟିଛି। ସେ...

ଦଣ୍ଡନାଚରେ କଥା କଟାକଟିରୁ ସଂଘର୍ଷ: ୨ ଗୁରୁତର

ହିଞ୍ଜିଳିକାଟୁ, ୧୩।୪(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଗ୍ରାମରେ ଦଣ୍ଡନାଚ ବେଳେ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟି ୨ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ...

ବିବାହର ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ବଳାତ୍କାର

ହିଞ୍ଜିଳିକାଟୁ,୧୩।୪(ଦ୍ବିତୀକୃଷ୍ଣ ପଣ୍ଡା): ନାବାଳିକାଙ୍କୁ ବିବାହର ପ୍ରଲୋଭନ ଦେଖାଇ ଅପହରଣ କର ବଳାତ୍କାର କରିବା ଏବଂ ପରବର୍ତ୍ତୀ ସମୟରେ ଶାରୀରିକ ନିର୍ଯାତନା ଦେବା ନେଇ ହିଞ୍ଜିଳି ଥାନାରେ...

ଲୋହରଖଣ୍ଡି ସାହିତ୍ୟ ସଂସଦର ବିଷୁବ ଆସର: କଳ୍ପନାଙ୍କ ମଙ୍ଗଳା ଭଜନ ଉନ୍ମୋଚିତ

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଲୋହରଖଣ୍ଡି ସାହିତ୍ୟ ସଂସଦର ବିଷୁବ ଆସର ରବିବାର ସଂଧ୍ୟାରେ ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ପରିସରରେ ଅନୁଷ୍ଟିତ ହୋଇଯାଇଛି । ଏହି...

୫ ସରପଞ୍ଚ, ୨ ସମିତି ସଭ୍ୟ, ୯ ଓ୍ବାର୍ଡ ସଭ୍ୟ ଲାଗି ହେବ ଉପନିର୍ବାଚନ

ଛତ୍ରପୁର,୧୩ା୪(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲାର ୫ ପଞ୍ଚାୟତର ସରପଞ୍ଚ, ୨ ପଞ୍ଚାୟତ ସମିତିସଭ୍ୟ ଏବଂ ୯ ଓ୍ବାର୍ଡ ସଭ୍ୟ ପଦବୀ ଖାଲି ରହିଛି। ଏହି ପଦବୀଗୁଡ଼ିକ...

ଯୁବକଙ୍କୁ ହତ୍ୟା ଉଦ୍ୟମ ଘଟଣା: ଜେଲ୍ ଗଲେ ଅଭିଯୁକ୍ତ, ଖଣ୍ଡା ଜବତ   

ଦିଗପହଣ୍ଡି,୧୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବଡ଼ଡୁମ୍ବୁଳା ଗ୍ରାମର ପ୍ରସାଦ ଗୌଡ଼ଙ୍କୁ ହତ୍ୟାଉଦ୍ୟମ ଘଟଣାରେ ସମ୍ପୃକ୍ତ ତେଣ୍ଟୁଆପଡ଼ା ଗ୍ରାମର ଲାଲୁ ପ୍ରସାଦ ସେଠୀଙ୍କୁ...

ପମ୍ପ ପୁନଃଉଦ୍ଧାର କାର୍ଯ୍ୟରେ ଅନିୟମିତତା: ଭିଜିଲାନ୍ସ ତଦନ୍ତ ଦାବି କଲେ ଚାଷୀ

ଛତ୍ରପୁର,୧୩ା୪(ଦିଲ୍ଲୀପ ସାମଲ): ନିମ୍ନମାନର କାମ ସହ ଆର୍ଜବେଷ୍ଟ ଉପରେ ସିମେଣ୍ଟ ପକାଇ ସରକାରୀ ଅର୍ଥକୁ ହରିଲୁଟ କରିଥିବା ଅଭିଯୋଗ ହୋଇଛି। ଏପରି ଘଟଣା ଦେଖିବାକୁ ମିଳିଛି...

ସମୁଦ୍ରମୁହାଁ ଅଲିଭରିଡଲେ ଶାବକ ଦେଖିଲେ ରାଜ୍ୟପାଳ

ଛତ୍ରପୁର/ଗଞ୍ଜାମ,୧୩ା୪(ସନ୍ତୋଷ ପାଢ଼ୀ/ ବିଦ୍ୟାଧର ସାହୁ): ଓଡ଼ିଶାର ରାଜ୍ୟପାଳ ହରିବାବୁ କମ୍ଭମପାଟି ରବିବାର ଗଞ୍ଜାମ ଜିଲା ଗସ୍ତରେ ଆସି ସେ ଜିଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ତଦାରଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image