ବାତ୍ୟା ମୁକାବିଲା ପାଇଁ ଓଡ଼ିଶାର ପରାମର୍ଶ ନେଲା ଗୁଜୁରାଟ

ଭୁବନେଶ୍ୱର, ୧୨।୬(ବ୍ୟୁରୋ): ସାମୁଦ୍ରିକ ଝଡ଼ (ବାୟୁ) ଗୁଜୁରାଟଆଡ଼କୁ ମୁହାଁଇଛି। ଗୁରୁବାର ପୂର୍ବାହ୍ନ ସୁଧା ବାତ୍ୟା ସ୍ଥଳଭାଗ ଛୁଇଁପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ବାତ୍ୟାକୁ କିପରି ମୁକାବିଲା କରାଯିବ ଏବଂ ଧନଜୀବନକୁ କିପରି ସୁରକ୍ଷିତ ରଖାଯାଇପାରିବ ସେ ନେଇ ଗୁଜୁରାଟ ସରକାର ଓଡ଼ିଶା ସରକାରଙ୍କ ପରାମର୍ଶ ଲୋଡ଼ିଛି।
ଓଡ଼ିଶା ସରକାର ବାତ୍ୟା ‘ଫନୀ’ର ସଫଳ ମୁକାବିଲା କରି ପ୍ରଶଂସା ସାଉଁଟିଛନ୍ତି। ତେଣୁ ବାତ୍ୟା ମୁକାବିଲା ପାଇଁ କିପରି ପ୍ରସ୍ତୁତି କରାଯିବ ସେ ନେଇ ଗୁଜୁରାଟ ମୁଖ୍ୟ ଶାସନ ସଚିବ ଜେ.ଏନ୍‌. ସିଂହ ଓଡ଼ିଶା ମୁଖ୍ୟମୁଖ୍ୟ ଏବଂ ମୁଖ୍ୟ ସଚିବଙ୍କ ସହ ଆଲୋଚନା କରିଛନ୍ତି। ଜରୁରୀକାଳିନ ପରିସ୍ଥିତିରେ କି ପଦକ୍ଷେପ ନିଆଯିବ ସେ ନେଇ ସିଂହ ପରାମର୍ଶ ନେଇଛନ୍ତି।

Share