ବାଥ୍‌ରୁମ୍‌ ବାହାରେ ବାଇଓମେଟ୍ରିକ ମେଶିନ ଲଗାଇବେ ପାକିସ୍ତାନ ସରକାର

ଇସଲାମାବାଦ,୧୯।୭: ଇମ୍ରାନ ଖାଁଙ୍କ ପାକିସ୍ତାନ ତେହେରିକ-ଇ-ଇନସାଫ(ପିଟିଆଇ) ସରକାର ଏବେ ବାଥ୍‌ରୁମ୍‌ ବାହାରେ ବାଇଓମେଟ୍ରିକ୍‌ ମେଶିନ ଲାଗାଇବାର ବ୍ୟବସ୍ଥା କରିଛନ୍ତି। ଉଦ୍ଦ୍ୟୋଗ ଓ ଉତ୍ପାଦନ ମନ୍ତ୍ରଣାଳୟରେ ଥିବା ବାଥରୁମ୍‌ ଗୁଡିକ ଯାହା ଟପ୍‌ ର଼୍ୟାଙ୍କର ଅଧିକାରୀଙ୍କଦ୍ୱାରା ବ୍ୟବହାର କରାଯାଉଛି ସେଥିରେ ହିଁ ବାଇଓମେଟ୍ରିକ ମେଶିନ ଲଗାଯିବ ବୋଲି ସୂଚନା ମିଳିଛି। ଆଡିଶନାଲ ସେକ୍ରେଟାରୀ ଓ ତା’ଠାରୁ ଉପରେ ଥିବା ଅଧିକାରୀ ବା ସମାନ ପୋଜିଶନରେ ଥିବା ଅଧିକାରୀମାନେ ଅର୍ଥାତ୍‌ ଭିଭିଆଇପି ବ୍ୟବହାର କରୁଥିବା ବାଥ୍‌ରୁମ୍‌ରେ ଏହି ବାଇଓମେଟ୍ରିକ ମେଶିନ ଲଗାଯିବ। ଉଦ୍ଦ୍ୟୋଗ ଓ ଉତ୍ପାଦନ ମନ୍ତ୍ରଣାଳୟର ବୈଠକରେ ଯୋଗ ଦେବାକୁ ଆସୁଥିବା ଅଧିକାରୀମାନେ ମଧ୍ୟ ଏହାକୁ ବ୍ୟବହାର କରିପାରିବେ। ପିଟିଆଇ ସରକାର ଭିଆଇପି ସଂସ୍କୃତିକୁ ସମାପ୍ତ କରିବାକୁ ଏଭଳି କରିଥିବା କୁହାଯାଏ।

Share