Categories: ଖେଳ

ବାଥ୍‌ ରୁମ୍‌ରେ ଥିଲେ, ଭାରତର ୫ଟି ଉଇକେଟ୍‌ ଯିବାପରେ ପଡିଆକୁ ଆସି ୧୭୫ ରନ୍‌ର ବିସ୍ଫୋରକ ଇନିଂଶ ଖେଳିଥିଲେ ମହାନ ଖେଳାଳି

ଭାରତୀୟ କ୍ରିକେଟ ଦଳର ମହାନ ଅଲରାଉଣ୍ଡର କପିଳ ଦେବଙ୍କ ଆଜି ୬୧ତମ ଜନ୍ମଦିବସ। ୧୯୫୯ ମସିହା ଆଜିର ଦିନରେ ସେ ଚଣ୍ଡୀଗଡରରେ ଜନ୍ମଗ୍ରହଣ କରିଥିଲେ। କ୍ରିକେଟ କ୍ୟାରିୟରରେ ଉଭୟ ବ୍ୟାଟ୍‌ ଏବଂ ବଲ୍‌ରେ ସେ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ସେ ମୋଟ ୬୮୭ ଅନ୍ତର୍ଜାତୀୟ ଉଇକେଟ୍‌ ନେବା ସହ ୯୦୩୭ ରନ୍‌ ମଧ୍ୟ କରିଥିଲେ। ୧୯୮୩ ଭାରତକୁ ପ୍ରଥମ ବିଶ୍ୱକପ୍‌ ବିଜୟର ସ୍ବାଦ ଚଖାଇଥିଲେ କପିଳ ଦେବ। ଏହି ବିଶ୍ୱକପ୍‌ ଚାଲିଥିବାବେଳେ ଜିମ୍ବାଓ୍ବେ ବିପକ୍ଷରେ କପିଳ ୧୭୫ରନର ଇନିଂଶ ଖେଳିଥିଲେ। ଯାହା ତାଙ୍କ କ୍ରିକେଟ କ୍ୟାରିୟରର ଏକ ସ୍ମରଣୀୟ ଇନିଂଶ ଥିଲା। ଏହି ମ୍ୟାଚ୍‌ରେ ଭାରତ ୧୭ ରନ୍‌ରେ ୫ଟି ଉଇକେଟ୍‌ ହରାଇଥିଲା। ସେତେବେବେଳ କପିଳ ବାଥ୍‌ରୁମ୍‌ରେ ଗାଧୋଉଥିଲେ। ଭାରତର ଲଗାତାର ଉଇକେଟ୍‌ ପଡିବା ଦେଖି ଦେଖି ୬ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ। ଏହି ମ୍ୟାଚ୍‌ରେ ସେ ୧୩୮ଟି ବଲ୍‌ରୁ ୧୭୫ରନ୍‌ର ଇନିଂଶ ଖେଳିଥିଲେ।

Share