Categories: ଖେଳ

ବାଦ୍‌ ପଡ଼ିଲେ ହାସନ ଅଲି

କରାଚୀ,୨୧।୧୦- ପାକିସ୍ତାନ ପେସର ହାସନ ଅଲି ଅଣ୍ଟା ଜନିତ ସମସ୍ୟା ଯୋଗୁ ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜ୍‌ରୁ ବାଦ୍‌ ପଡ଼ିଛନ୍ତି। ସମାନ କାରଣରୁ ଗତ ବିଶ୍ୱକପ୍‌ଠାରୁ ସେ ପ୍ରତିଦ୍ୱନ୍ଦ୍ୱିତାମୂଳକ କ୍ରିକେଟଠାରୁ ଦୂରେଇ ରହିଛନ୍ତି। ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)ର ଜଣେ କର୍ମକର୍ତ୍ତା କହିଛନ୍ତି, ଏବେ କରାଯାଇଥିବା ଏମ୍‌ଆର୍‌ଆଇ ସ୍କାନ ରିପୋର୍ଟ ଦେଖିବା ପରେ ଡାକ୍ତର ଅଲିଙ୍କୁ ଆହୁରି ୪ ସପ୍ତାହ ବିଶ୍ରାମ ନେବାକୁ କହିଛନ୍ତି। ୨୫ ବର୍ଷୀୟ ଅଲି ପାକିସ୍ତାନ ଦଳର ଗୁରୁତ୍ୱପୂର୍ଣ୍ଣ ସଦସ୍ୟ। ସେ ୩ ଫର୍ମାଟରେ ମୋଟ ୧୪୮ ଉଇକେଟ ନେଇସାରିଛନ୍ତି। ୨୦୧୭ ଆଇସିସି ଚାମ୍ପିୟନ୍ସ ଟ୍ରଫି ଚାମ୍ପିୟନ ପାକିସ୍ତାନ ଦଳର ସେ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଥିଲେ। ସେ ଏପର୍ଯ୍ୟନ୍ତ ଅନ୍ତର୍ଜାତୀୟ ସ୍ତରରେ ୫୩ ଦିନିକିଆ, ୩୦ ଟି୨୦ ଓ ୯ ଟେଷ୍ଟ ଖେଳିଛନ୍ତି।

Share