ବାପାଙ୍କୁ ଝୁରୁଛନ୍ତି ପ୍ରିୟଙ୍କା, ଜନ୍ମବାର୍ଷିକୀରେ ଫଟୋ ଶେୟାର କରି ହେଲେ ଭାବବିହ୍ବଳ

ମୁମ୍ବାଇ: ବାପା ଅଶୋକ ଚୋପ୍ରାଙ୍କ ମୃତ୍ୟୁକୁ ଛଅ ବର୍ଷ ବିତିଥିଲେ ସୁଦ୍ଧା ଏବେ ବି ତାଙ୍କୁ ଝୁରୁଛନ୍ତି ପ୍ରିୟଙ୍କା। ଆଜି ଜନ୍ମବାର୍ଷିକ ଅବସରରେ ଏକ ଭାବବିହ୍ବଳ ପୋଷ୍ଟ କରି ପିତାଙ୍କୁ ମନେ ପକାଇଛନ୍ତି ପିସି। ବାପାଙ୍କ ଏକ ଫଟୋ ଶେୟାର କରି ପ୍ରିୟଙ୍କା ଲେଖିଛନ୍ତି, ପ୍ରତି ବର୍ଷ ଏହି ସମୟରେ ଆମେମାନେ ଆପଣଙ୍କୁ ସର୍‌ପ୍ରାଇଜ୍‌ ଦେବା ଲାଗି ଭିନ୍ନ ଭିନ୍ନ ଉପାୟ ଆପଣାଉଥିଲୁ। ହେଲେ କେବେ ତାହା କରିପାରୁ ନ ଥିଲୁ। କାରଣ ତାହା ଆପଣ ପୂର୍ବରୁ ଜାଣି ଯାଉଥିଲେ। ଏବେ ମୁଁ ଆଶା କରୁଛି ଆପଣ ଯେଉଁଠି ବି ରୁହନ୍ତୁ ନା କାହିଁକି ପ୍ରତିଦିନ ଆମ ସହିତ ଅଛନ୍ତି। ମୁଁ କିଛି ବି କାମ କଲେ ଆପଣଙ୍କ କଥା ଭାବେ। କିଛି ବି ନିଷ୍ପତ୍ତି ନେଲେ ଆପଣଙ୍କ ରାୟ କ’ଣ ତାହା ଜାଣିବାକୁ ଚେଷ୍ଟା କରେ। ମୋତେ ଆର୍ଶୀବାଦ କରୁଥିବାରୁ ସର୍ବଦା ଋଣି ରହିବି। ଜନ୍ମଦିନର ଅଭିନନ୍ଦନ ବାପା। ଆମେ ସମସ୍ତେ ଆପଣଙ୍କୁ ବହୁତ ଭଲ ପାଉ।

ତେବେ କ୍ୟାନ୍‌ସରରେ ପୀଡ଼ିତ ହେବା ଯୋଗୁ ୨୦୧୩ରେ ଅଶୋକଙ୍କ ମୃତ୍ୟୁ ଘଟିଥିଲା। ହେଲେ ପିସି ପିତାଙ୍କ ଅତି ଗେହ୍ଲି ହୋଇଥିବା ହେତୁ ସବୁବେଳେ ବାପାଙ୍କୁ ମନେ ପକାନ୍ତି। ଏପରିକି ନିଜ ହାତରେ ସେ ଡାଡିସ୍‌ ଲିଟଲ୍‌ ଗର୍ଲ ବୋଲି ଟାଟୁ କରିଛନ୍ତି।

Share