Categories: ଫୁରସତ

ବାପାଙ୍କ ଅନ୍ତିମ ସଂସ୍କାର କରାଯାଇଥିବା ସ୍ଥାନରେ ଜନ୍ମଦିନ ପାଳିଲେ କୁନି ଝିଅ, କାଟିଲେ କେକ୍‌; ଭିଡିଓ ଦେଖିଲେ…

ବାଙ୍ଗାଲୋର: ଅନେକ ଘର ଭାଙ୍ଗିଛି କରୋନା। କରୋନାର ଦ୍ୱିତୀୟ ଲହର ସମୟରେ ଅନେକ ଶିଶୁ ନିଜ ମା’ବାପାଙ୍କୁ ହରାଇଛନ୍ତି। କର୍ନାଟକର କୁପାଲ କୁସ୍ତାଗି ଅଞ୍ଚଳର ୮ ବର୍ଷୀୟ ସ୍ପନ୍ଦନା ସେହି ଶିଶୁମାନଙ୍କ ମଧ୍ୟରୁ ଜଣେ। ମହାମାରୀରେ ସେ ନିଜ ପିତା ମହେଶଙ୍କୁ ହରାଇଛନ୍ତି। ଏବେ ସ୍ପନ୍ଦନାଙ୍କ ଏପରି ଏକ ଭିଡିଓ ଭାଇରାଲ ହେଉଛି ଯାହା ସମସ୍ତଙ୍କୁ ଭାବବିହ୍ବଳ କରିଦେଉଛି।

ବାପାଙ୍କ ମୃତ୍ୟୁର ଦୁଃଖକୁ ଲୁଚାଇ ସ୍ମୃତିକୁ ଜାବୁଡ଼ି ଧରି ସାରା ଜୀବନ କାଟିବାକୁ ଚେଷ୍ଟା କରୁଛନ୍ତି ସ୍ପନ୍ଦନା। ନିକଟରେ ସେ ନିଜର ବିଶେଷ ଦିନ(ଜନ୍ମଦିନ) ପାଳନ ସମୟରେ ବାପାଙ୍କୁ ମନେ ପକାଇଛନ୍ତି। ଏପରିକି କେକ୍‌ କାଟିବା ପାଇଁ ସେ ବାପାଙ୍କ ଅନ୍ତିମ ସଂସ୍କାର କରାଯାଇଥିବା ସ୍ଥାନରେ ପହଞ୍ଚିଥିବା ଦେଖାଯାଇଛି।

ଆଠ ବର୍ଷର ନିରୀହ ସ୍ପନ୍ଦନା ବାପାଙ୍କ ଅନ୍ତେଷ୍ଟିସ୍ଥଳରେ ନିଜର ଜନ୍ମଦିନ ପାଳନ କରିଛନ୍ତି। ସେଠାରେ ସେ କେକ୍‌ କାଟିବା ସହ ହାତରେ ତାର ଏକ ଖଣ୍ଡକୁ ଧରି ବାପାଙ୍କୁ ସମର୍ପିତ କରିଥିଲେ। ପରେ ପ୍ରାର୍ଥନା ମଧ୍ୟ କରିଥିଲେ। ଏହାଦେଖି ସେଠାରେ ଉପସ୍ଥିତ ସମସ୍ତଙ୍କ ଆଖି ଓଦା ହୋଇଥିଲା। ଏହାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ବାପା-ଝିଅଙ୍କ ଏହି ସମ୍ପର୍କ ଅନେକଙ୍କୁ ଭାବପ୍ରବଣ କରୁଛି।

Share