Categories: ଜାତୀୟ

ବାପାଙ୍କ ପରେ କଂଗ୍ରେସ ନେତାଙ୍କ ଝିଅଙ୍କୁ ଇଡିର ନୋଟିସ୍‌

ନୂଆଦିଲ୍ଲୀ,୧୦।୯: ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ବରିଷ୍ଠ କଂଗ୍ରେସ ନେତା ଡି.କେ. ଶିବକୁମାରଙ୍କ ଝିଅଙ୍କୁ ମଙ୍ଗଳବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି। ଶିବକୁମାରଙ୍କ ଝିଅ ଐଶ୍ୱର୍ଯ୍ୟାଙ୍କୁ ଆସନ୍ତା ୧୨ ତାରିଖରେ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ନୋଟିସ୍‌ ଜାରି କରାଯାଇଛି। ଏଥିଯୋଗୁ କଂଗ୍ରେସ ନେତା ଶିବକୁମାରଙ୍କୁ ବଡ଼ ଝଟ୍‌କା ଲାଗିଛି। କାରଣ ୧୩ ସେପ୍ଟେମ୍ବର ପର୍ଯ୍ୟନ୍ତ ସେ ଇଡିର ହେପାଜତରେ ରହିବେ। ଏହା ପୂର୍ବରୁ ସଦାଶିବନଗରରେ ଥିବା ଶିବକୁମାରଙ୍କ ବାସଭବନ ଉପରେ ଇଡି ଚଢ଼ାଉ କରିଥିଲା।

Share