ବାପାଙ୍କ ବାୟୋପିକ କରିବାକୁ ଚାହୁଁଛନ୍ତି ରିତେଶ

ବଲିଉଡ୍‌ ଅଭିନେତା ରିତେଶ ଦେଶମୁଖ ବାପା ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଲାଶରାଓ ଦେଶମୁଖଙ୍କ ବାୟୋପିକ୍‌ କରିବାକୁ ଚାହୁଁଛନ୍ତି। ଏଥିପାଇଁ ସେ ଭଲ ସ୍କ୍ରିପ୍ଟ ଅପେକ୍ଷାରେ ଅଛନ୍ତି। ଫିଲ୍ମ ‘ବାଗି’ର ପ୍ରମୋଶନ ଅବସରରେ ସେ ଏପରି କହିଛନ୍ତି। ସେ କହିଛନ୍ତି, ଜଣେ ସରପଞ୍ଚ ଭାବେ ବାପା ନିଜର ରାଜନୀତି କ୍ୟାରିୟର ଆରମ୍ଭ କରିଥିଲେ। ପରେ ସେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେଲେ। ଇତିମଧ୍ୟରେ ତାଙ୍କ ନିକଟକୁ ଅନେକ ବାୟୋପିକ୍‌ କାହାଣୀ ଆସିଛି। ମାତ୍ର ଦର୍ଶକଙ୍କୁ ହସାଇବା ସହ ବାପାଙ୍କ ଜୀବନୀ ଭଲ ଭାବରେ ପରଦା ଉପରେ ଦେଖାଇ ପାରୁଥିବା କାହାଣୀ ଅପେକ୍ଷାରେ ସେ ରହିଥିବା କହିଛନ୍ତି।

Share