Categories: ଖେଳ

ବାପାଙ୍କ ବିୟୋଗ ଲାଗି ୟୁଏସ୍‌ ଓପନ୍‌ରୁ ଓହରିଲେ ଆମଣ୍ଡା

ନ୍ୟୁୟର୍କ, ୨୨।୮- ଆମେରିକା ଟେନିସ ଲଳନା ଆମଣ୍ଡା ଆନିସିମୋଭା ଆସନ୍ତା ସପ୍ତାହରୁ ଆରମ୍ଭ ହେବାକୁ ଯାଉଥିବା ବର୍ଷର ଅନ୍ତିମ ତଥା ୪ର୍ଥ ଗ୍ରାଣ୍ଡସ୍ଲାମ ପ୍ରତିଯୋଗିତା ୟୁଏସ୍‌ ଓପନ୍‌ରୁ ଓହରି ଯାଇଛନ୍ତି। ତାଙ୍କ ବାପା ତଥା କୋଚ୍‌ କୋନ୍‌ଷ୍ଟାଣ୍ଟିନାଙ୍କ ବିୟୋଗ ଯୋଗୁ ୧୭ ବର୍ଷୀୟା ଆମଣ୍ଡା ଏହି ନିଷ୍ପତ୍ତି ନେଇଛନ୍ତି। ଆମେରିକା ଟେନିସ ଆସୋସିଏଶନ ମଧ୍ୟ ଏହି ଅବସରରେ ଆମଣ୍ଡା ବାପାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛି। ଆମେରିକାର ଏହି ଟିନ୍‌ଏଜ୍‌ ଖେଳାଳି ଗତ ଜୁନ୍‌ରେ ଫ୍ରେଞ୍ଚ୍‌ ଓପନ୍‌ ସେମିଫାଇନାଲରେ ପ୍ରବେଶ କରି ସମସ୍ତଙ୍କୁ ଚକିତ କରିଦେଇଥିଲେ। ସେମିଫାଇନାଲ ପଥରେ ଆମଣ୍ଡା ଓ୍ବିମ୍ବେଲଡନ୍‌ ଚାମ୍ପିୟନ ସିମୋନା ହାଲେପ୍‌ଙ୍କୁ ପରାସ୍ତ କରିଥିଲେ। ତେବେ ୟୁଏସ୍‌ ଓପନ୍‌ ଚାମ୍ପିୟନ ଆଶଲେଘ ବାର୍ଟିଙ୍କ ନିକଟରୁ ହାରି ସେ ପ୍ରତିଯୋଗିତାରୁ ବିଦାୟ ନେଇଥିଲେ। ବିଶ୍ୱ ମାନ୍ୟତାର ୨୪ତମ ସ୍ଥାନରେ ରହିଥିବା ଆମଣ୍ଡା ସର୍ବକନିଷ୍ଠା ମହିଳା ଟେନିସ ଖେଳାଳି ଭାବେ ବିଶ୍ୱ ମାନ୍ୟତାର ଟପ୍‌-୧୦୦ରେ ପ୍ରବେଶ କରିବାରେ ସଫଳ ହୋଇଛନ୍ତି।

Share