ଭବାନୀପାଟଣା,୧୭।୬(ଡି.ଏନ୍.ଏ.): କଳାହାଣ୍ଡି ଜିଲାରେ ଜଣେ ୧୩ ବର୍ଷର ନାବାଳିକା କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେ ତାଙ୍କ ପଜିଟିଭ୍ ଥିବା ବାପାଙ୍କ ସଂସ୍ପର୍ଶରେ ଆସିଥିଲେ। ପରେ ତାଙ୍କ ସ୍ବାବ୍ ପରୀକ୍ଷା ପରେ ସେ ମଧ୍ୟ ଆକ୍ରାନ୍ତ ଥିବା ଜଣାପଡ଼ିଛି। ପରେ ଉକ୍ତ ଝିଅଙ୍କୁ ଭବାନୀପାଟଣା କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନାଯୋଗ୍ୟ, ନର୍ଲା ବ୍ଲକର କେତେକ ପ୍ରବାସୀ ତେଲଙ୍ଗାନାରୁ ଆସି ବ୍ଲକର ମାଣ୍ଡେଲ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ରହିଥିଲେ। ଉକ୍ତ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ୭ ଦିନ ରହିବା ପରେ ସେ ୬ ତାରିଖ ପିପଲପଦର ଓ ଭାଟଲି ଗ୍ରାମର ୨ ଜଣ ବ୍ୟକ୍ତି ମିଶି ନିଜ ଘରେ ହୋମ୍ କ୍ୱାରାଣ୍ଟାଇନ୍ରେ ରହିବାକୁ ଯାଇଥିଲେ। ତେବେ ୬ ତାରିଖ ଦିନ ପିପଲପଦର ଯୁବକଙ୍କ ସ୍ବାବ୍ ନମୁନା ପଜିଟିଭ୍ ଆସିଥିଲା। ତାଙ୍କ ସଂସ୍ପର୍ଶରେ ଆସିଥିବା ଭାଟଲି ଗ୍ରାମର ବ୍ୟକ୍ତିଙ୍କ ସ୍ବାବ୍ ପରୀକ୍ଷା କରାଗଲା ପରେ ସେ ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଥିଲେ। ପରେ ଜିଲା ସ୍ବାସ୍ଥ୍ୟ ବିଭାଗ ଭାଟଲି ପଜିଟିଭ୍ ଚିହ୍ନଟ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ତାଙ୍କ ପରିବାର ସଦସ୍ୟ ଓ ଅନ୍ୟ ମାନଙ୍କର ସ୍ବାବ ପରୀକ୍ଷା ପାଇଁ ପଠାଇଥିଲେ। ଗତ ୧୫ ତାରିଖ ଉକ୍ତ ବ୍ୟକ୍ତିଙ୍କ ଝିଅ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଜିଲା ସ୍ବାସ୍ଥ୍ୟ ବିଭାଗ ତୁରନ୍ତ ତାକୁ ଜିଲା କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରିଛନ୍ତି।