Categories: ଖେଳ

ବାପାଙ୍କ ସହ ଗାଡି ସଫା କଲେ ଜିଭା

ରାଞ୍ଚି, ୨୫।୧୦: ୨୦୧୯ ବିଶ୍ୱକପ୍‌ ପରେ କ୍ରିକେଟରୁ କିଛିଦିନ ହେବ ଦୂରେଇ ଯାଇଛନ୍ତି ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ଏବେ ସେ ନିଜ ପରିବାର ସହ ସମୟ ବିତାଉଛନ୍ତି। ଏବେ ତାଙ୍କ ଅବସରକୁ ନେଇ ଖୁବ୍‌ ଚର୍ଚ୍ଚା ମଧ୍ୟ ହେଉଛି। ମାହି ଗୁରୁବାର ନିଜ ଟୁଇଟରରେ ଏକ ଭିଡିଓ ଛାଡିଛନ୍ତି। ଭିଡିଓରେ ସେ ଝିଅ ଜିଭା ସହ ଗାଡି ସଫା କରୁଥିବା ଦେଖାଯାଇଛି। ଛୋଟ ସହାୟତା ବି ବେଶ୍‌ କାମରେ ଆସେ ବୋଲି କ୍ୟାପସନରେ ଲେଖିଛନ୍ତି ଧୋନୀ। ସେ ନିକଟରେ ଭାରତୀୟ ସେନାର ୨୦ ବର୍ଷ ପୁରୁଣା ନିଶାନ୍‌ ଜୋଙ୍ଗା ଗାଡି କିଣିଥିଲେ। ଉକ୍ତ ଗାଡିଟିକୁ ବାପ, ଝିଅ ମିଶି ସଫା କରୁଥିବା ଦେଖାଯାଇଥିଲା। ସମସ୍ତେ ଜାଣନ୍ତି, ଧୋନୀଙ୍କୁ ଗାଡି କିଣିବା ବହୁତ ସଉକ। ବାଇକଠାରୁ ଆରମ୍ଭ କରି ଜିପ ପର୍ଯ୍ୟନ୍ତ ନୂଆ ହେଉ କି ପୁରୁଣା ମାହି ତାକୁ ସଂଗ୍ରହ କରିଥାନ୍ତି।

Share