Categories: ଫୁରସତ

ବାପା ଚଢେଇ

ଜୀବଜଗତରେ ଅନେକ ଅଜବ ପ୍ରାଣୀ ଅଛନ୍ତି। ସେମିତି ଏକ ପ୍ରାଣୀ ହେଉଛି ଆଫ୍ରିକୀୟ ଜାକାନା ଚଢେଇ। ଏହା ସାଧାରଣତଃ ଆର୍ଦ୍ର ଅଞ୍ଚଳରେ ରହେ। ପାଣି ଉପରେ ତଥା ପାଣିରେ ଭାସମାନ କଇଁ, ପଦ୍ମ ପତ୍ର ଉପରେ ଏହା ଚାଲିପାରେ। ଲମ୍ବା ଲମ୍ବା ପତଳା ଗୋଡ ସାଙ୍ଗକୁ ୭ ସେ.ମି ଲମ୍ବର ପଞ୍ଝା ଯୋଗୁ ପାଣି ଉପରସ୍ଥ ପତ୍ର ଉପରେ ଏମାନେ ଚାଲିପାରନ୍ତି। ଅଧିକାଂଶ ସମୟ ଏହି ଚଢେଇ ପାଣିରେ ରହୁଥିବାରୁ ଏହାକୁ ‘ଲିଲି ଟ୍ରଟର୍‌’ ବି କହନ୍ତି। ଏହାବାଦ ଏହି ଚଢେଇ ଏକ ଭଲ ବାପା ମଧ୍ୟ, ଯେକି ଛୁଆଙ୍କ ସୁରକ୍ଷା କବଚ ପାଲଟିଥାଏ। ଆଉ ସେମାନଙ୍କର ସବୁ ଦାୟିତ୍ୱ ବାପା ହିଁ ତୁଲାଇଥାଆନ୍ତି। ବିପଦ ଆସୁଥିବା ଦେଖିଲେ ବାପା ଜାକାନା ପିଲାମାନଙ୍କୁ ନିଜ ଡେଣା ଭିତରେ ଲୁଚାଇ ରଖି ଦିଅନ୍ତି। ପିଲାଙ୍କର ଦେହ ଲୁଚି ଯାଉଥିବାବେଳେ ଗୋଡ ଝୁଲି ରହିଥିବା ଦେଖାଯାଏ। ଯଦ୍ଦ୍ବାରା ବାପା ଚଢେଇର ଅନେକ ଗୋଡ ଥିବା ପରି ଲାଗେ। ବାପା ଜାକାନାର ଛୁଆଙ୍କୁ ବିପଦରୁ ସୁରକ୍ଷା ଦେବାର ଏହି ଦୃଶ୍ୟ ବେଶ୍‌ ହୃଦୟସ୍ପର୍ଶୀ ହୋଇଥାଏ।

Share