ବାପାଙ୍କ ଫିଲ୍ମରେ ଗୀତ ଗାଇଲେ ଆଲିଆ

ମୁମ୍ବାଇ: ‘ହାଇଓ୍ବେ’, ‘ବଦ୍ରିନାଥ କି ଦୁଲ୍‌ହନିଆ’, ‘ଉଡ୍‌ତା ପଞ୍ଜାବ’ ଭଳି ଫିଲ୍ମରେ ନିଜର ବଳିଷ୍ଠ ଅଭିନୟର ନିଦର୍ଶନ ଦେଇଛନ୍ତି ଅଭିନେତ୍ରୀ ଆଲିଆ ଭଟ୍ଟ। ଏବେ ସେ ‘ସଡ଼କ-୨’ର ଶୁଟିଂରେ ବ୍ୟସ୍ତ। ନିର୍ଦ୍ଦେଶକ ତଥା ବାପା ମହେଶ ଭଟ୍ଟଙ୍କ ସହ ଆଲିଆଙ୍କ ଏହା ପ୍ରଥମ ଫିଲ୍ମ। ତେବେ ଏହି ଫିଲ୍ମ ଜରିଆରେ କୋଡିଏ ବର୍ଷ ପରେ ନିର୍ଦ୍ଦେଶନା କ୍ଷେତ୍ରକୁ ଫେରୁଛନ୍ତି ମହେଶ। ଗୋଟିଏ ପଟେ ବାପାଙ୍କ ଫିଲ୍ମ, ଅପରପକ୍ଷେ ଫିଲ୍ମରେ ଏକ ରୋମାଣ୍ଟିକ୍‌ ଟ୍ରାକ୍‌ ଗାଇବାର ସୁଯୋଗ ପାଇଛନ୍ତି ଆଲିଆ। ନିକଟରେ ସେ ଏହାର ରେକର୍ଡିଂ ଶେଷ କରିଛନ୍ତି। ତେବେ ଫିଲ୍ମଟି ଆସନ୍ତାବର୍ଷ ଜୁଲାଇରେ ରିଲିଜ୍‌ ହେବ ବୋଲି କୁହାଯାଉଛି। ଏଥିରେ ଆଲିଆଙ୍କ ବ୍ୟତୀତ ଆଦିତ୍ୟ ରୟ କପୁର, ସଞ୍ଜୟ ଦତ୍ତ ଏବଂ ପୂଜା ଭଟ୍ଟ ଅଭିନୟ କରୁଛନ୍ତି।

Share