ବାପା ହେବାକୁ ମନ ବଳାଇଲେଣି ଦବଙ୍ଗ ଖାଁ

ବମ୍ବେ: ବାପା ହେବାକୁ ମନ ବଳାଇଲେଣି ଦବଙ୍ଗ ଖାଁ। କଥାଟି ଆମେ ମନକୁ କହୁନାହୁଁ। ବରଂ ସେ ନିଜେ ଏହା କହିଛନ୍ତି। ଶୁକ୍ରବାର ନିଜର ଜନ୍ମଦିନ ପାଳନ କରିବା ପରେ ମାମୁ ହେବାର ଖବର ପାଇଥିଲେ ସଲ୍‌ମାନ। ଏହାପରେ ସେ ଖବରଦାତାଙ୍କୁ ସାକ୍ଷାତକାର ଦେଇଥିଲେ। ଏଥିରେ ତାଙ୍କୁ ଅନେକ ପ୍ରଶ୍ନ ପଚରାଯାଇଥିଲା। ତନ୍ମଧ୍ୟରୁ ମାମୁ ହୋଇ କିଭଳି ଲାଗୁଛି ବୋଲି ପ୍ରଶ୍ନରେ ସେ କହିଥିଲେ, ଏବେ ମାମୁ, ଦାଦା ହୋଇଗଲିଣି। ଖାଲି ବାପା ହେବା ବାକିଅଛି। ତାଙ୍କଠାରୁ ଏପରି ଉତ୍ତର ପାଇବା ପରେ ସେ ଖୁବ୍‌ଶୀଘ୍ର ପ୍ରଶଂସକଙ୍କୁ ଏହି ଖୁସି ଖବର ଶୁଣାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ଏବେ ୫୪ ବର୍ଷର ହୋଇଛନ୍ତି ସଲମାନ। ଗୁରୁବାର ରାତିରେ କେକ୍‌ କାଟି ସାରିବା ପରେ ଅର୍ପିତା ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେଠାରେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ପରେ ତାଙ୍କ ନାମ କ’ଣ ରଖାଯିବ ସେ ନେଇ ସଲମାନଙ୍କୁ ପଚରାଯାଇଥିଲା। ସେ ଦୁଇଟି ନାମ ସିଫାରା, ଆୟତ୍‌ କହିଥିଲେ। ଅର୍ପିତାଙ୍କୁ ଆୟତ୍‌ ନାମଟି ଭଲ ଲାଗିଥିଲା। ଶେଷରେ ତାହା ହିଁ ହୋଇଛି। ପୁଣି ଥରେ ବାପା ହୋଇଥିବା ତଥା ଅର୍ପିତାଙ୍କ ସ୍ବାମୀ ଆୟୁଷ ନିଜ ସୋସିଆଲ ପୃଷ୍ଠାରେ ଏହା ସମସ୍ତଙ୍କୁ ଜଣାଇଛନ୍ତି।

Share