ବମ୍ବେ: ବାପା ହେବାକୁ ଯାଉଛନ୍ତି ହାର୍ଦ୍ଦିକ୍ ପାଣ୍ଡ୍ୟା। ଏହାକୁ ନେଇ ତାଙ୍କ ଖୁସି କହିଲେ ନ ସରେ। ପ୍ରତିଦିନ ସେ ପ୍ରେମିକା ତଥା ପତ୍ନୀ ନତାଶା ସ୍ଟାନ୍କୋଭିକ୍ଙ୍କୁ ଭିନ୍ନ ଭିନ୍ନ ଉପାୟରେ ସର୍ପ୍ରାଇଜ୍ କରୁଛନ୍ତି। ଏଇ ଯେମିତି ନିକଟରେ ଶହ ଶହ ସଂଖ୍ୟାରେ ଗୋଲାପ ବୁକେ ସେ ନତାଶାଙ୍କୁ ଭେଟି ଦେଇଥିଲେ। ଏହାର କିଛି ଫଟୋ ଉଭୟ ଇନ୍ଷ୍ଟା ପୃଷ୍ଠାରେ ଶେୟାର କରିଛନ୍ତି। ଏହାକୁ ନେଇ ନତାଶା ଲେଖିଛନ୍ତି, ତୁମେ ସବୁଦିନ ପାଇଁ ମୋର ହୋଇ ରହିବ। ଅପରପକ୍ଷେ ହାର୍ଦ୍ଦିକ୍ ‘ ମୋ ଗୋଲାପ ପାଇଁ ଏତେ ପରିମାଣର ଗୋଲାପ ଭେଟି’ ବୋଲି ଲେଖିଛନ୍ତି। ଏହି ପୋଷ୍ଟକୁ ପ୍ରଶଂସକମାନେ ବେଶ୍ ପସନ୍ଦ କରୁଛନ୍ତି।
କହିରଖୁଛୁ, ବମ୍ବେର ଏକ ନାଇଟ୍ କ୍ଲବରେ ନତାଶାଙ୍କୁ ଭେଟିଥିଲେ ହାର୍ଦ୍ଦିକ୍। ଏହା ପରେ ଉଭୟ ଭଲ ବନ୍ଧୁ ପାଲଟିଥିଲେ। ପରେ କଥା ପ୍ରେମ ପର୍ଯ୍ୟନ୍ତ ପହଞ୍ଚିଥିଲା। ଉଭୟ ଦୁବାଇରେ ନିର୍ବନ୍ଧ କରିଥିଲେ। କିଛି ଦିନ ତଳେ ହାର୍ଦ୍ଦିକ୍ ବାପା ହେବାକୁ ଯାଉଥିବା ଖୁସିକୁ ସମସ୍ତଙ୍କ ସହ ବାଣ୍ଟିଥିଲେ। ଏହା ଜଣାପଡ଼ିବା ପରେ ସବୁଆଡ଼ୁ ଶୁଭେଚ୍ଛାର ସୁଅ ଛୁଟିଥିଲା।