ବାପା ହେବେ କପିଲ, ସ୍ତ୍ରୀ ଗିନ୍ନିଙ୍କ ସହ ‘ବେବିମୁନ୍‌’ରେ ଗଲେ କାନାଡ଼ା

ମୁମ୍ବାଇ: ଖୁବ୍‌ଶୀଘ୍ର ବାପା ହେବାକୁ ଯାଉଛନ୍ତି କମେଡିକିଙ୍ଗ କପିଲ ଶର୍ମା। ଗତ କିଛି ଦିନ ଧରି ଏନେଇ ଚର୍ଚ୍ଚା ହେଉଥିବା ବେଳେ ଏବେ ନିଜେ କପିଲ ଏହାକୁ ସ୍ପଷ୍ଟ କରିଛନ୍ତି। ଚଳିତ ବର୍ଷ ଡିସେମ୍ବରରେ ସ୍ତ୍ରୀ ଗିନ୍ନି ପ୍ରଥମ ସନ୍ତାନ ଜନ୍ମ ଦେବେ। ତେବେ ଏହାକୁ ନେଇ ବେଶ ଉତ୍ସାହିତ ଅଛନ୍ତି କପିଲ ଓ ତାଙ୍କ ପରିବାର। ନିକଟରେ ଗିନ୍ନିଙ୍କ ସହ କପିଲ ବେବିମୁନ୍‌ ପାଇଁ କାନାଡ଼ା ଯାଇଛନ୍ତି।

ବିବାଦ ଘେରକୁ ଆସିବା ପରେ ବେଶ ଭାଙ୍ଗିପଡ଼ିଥିଲେ କପିଲ। ଏହି ସମୟରେ ଜଣେ ପ୍ରକୃତ ସାଥୀ ଭଳି ଗିନ୍ନି କପିଲଙ୍କ ସାହାରା ପାଲଟିଥିଲେ। ଏହାପରେ ଉଭୟ ଗତବର୍ଷ ଡିସେମ୍ବରରେ ବିବାହ କରିଥିଲେ। ଏହାର ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ବିବାହ ପରେ କପିଲ ପୁନର୍ବାର ନିଜ ଶୋ’କୁ ଫେରିଛନ୍ତି। ଏବେ ପ୍ରଥମ ସନ୍ତାନର ଆଗମନ ତାଙ୍କୁ ବେଶ ଭାବୁକ କରିପକାଇଛି। ଏଣୁ ସେ ଅଧିକ ସମୟ ସ୍ତ୍ରୀଙ୍କ ସମୟ ବିତାଇବାକୁ ଚାହୁଁଥିବା ଏକ ସାକ୍ଷାତକାରରେ କହିଛନ୍ତି।

Share