Categories: ଖେଳ

ବାପା ହେବେ ରସେଲ

ଜାମାଇକା,୧୮।୯: ଓ୍ବେଷ୍ଟଇଣ୍ଡିଜ ଅଲରାଉଣ୍ଡର ଆଣ୍ଡ୍ରେ ରସେଲ ବାପା ହେବାକୁ ଯାଉଛନ୍ତି। ୩୧ ବର୍ଷୀୟ ଜାମାଇକା ଅଲରାଉଣ୍ଡର ଓ ତାଙ୍କ ପତ୍ନୀ ଜାସିମ ଲୋରା ପ୍ରଥମ ସନ୍ତାନକୁ ଜନ୍ମ ଦେବାକୁ ଯାଉଥିବା ସୂଚନା ଦେଇଛନ୍ତି। ଏହାକୁ ରସେଲ ନିଜ ଜୀବନର ଆଉ ଏକ ଆର୍ଶୀବାଦ୍‌ ବୋଲି କହିଛନ୍ତି। ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରି ଏ ନେଇ ସୂଚନା ଦେଇଛନ୍ତି। ପୁତ୍ର ହେଉ କି କନ୍ୟା ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ। ଶିଶୁ ସୁସ୍ଥ ହେଉ ମୁଁ ଚାହେଁ ବୋଲି ଉକ୍ତ ଭିଡିଓରେ କ୍ୟାପଶନରେ ଲେଖିଛନ୍ତି। ଏଥିନେଇ ତାଙ୍କୁ ଡାରେନ ସାମି, କ୍ରିସ ଗେଲଙ୍କଠାରୁ ଆରମ୍ଭ କରି ଦେଶର କ୍ରିକେଟ ଜଗତରୁ ଶୁଭେଚ୍ଛା ମିଳିଛି। ରସେଲ ଅନ୍ତିମ ଥର ବିଶ୍ୱକପ୍‌ରେ ଜାତୀୟ ଦଳ ପକ୍ଷରୁ ଖେଳିଥିଲେ। ଏବେ ସେ ଜାମାଇକା ତାଲାଓ୍ବାସ ପକ୍ଷରୁ ସିପିଏଲରେ ଖେଳୁଛନ୍ତି।

Share