‘ବାପ୍‌’ର ଫାର୍ଷ୍ଟ ଲୁକ୍‌ ଜାରି

ଆକ୍ସନ ଡ୍ରାମା ଫିଲ୍ମ ‘ବାପ୍‌’ର ଫାର୍ଷ୍ଟ ଲୁକ୍‌ ଜାରି ହୋଇଛି। ଏହି ଫିଲ୍ମରେ ୮୦ ଏବଂ ୯୦ ଦଶକର ସୁପରଷ୍ଟାର – ଜ୍ୟାକି ଶ୍ରଫ, ସଞ୍ଜୟ ଦତ୍ତ, ମିଥୁନ ଚକ୍ରବର୍ତ୍ତୀ ଏବଂ ସନ୍ନି ଦେଓଲ ଏକାଠି ଅଭିନୟ କରିଛନ୍ତି। ନିର୍ମାତାଙ୍କ ଦ୍ୱାରା ପ୍ରକାଶିତ ପୋଷ୍ଟରରେ ଏହି ଚାରିଜଣ କଳାକାର ଗ୍ୟାଙ୍ଗଷ୍ଟରଙ୍କ ଅବତାରରେ ନଜର ଆସିଛନ୍ତି। ଏହି ଫିଲ୍ମର ଶୁଟିଂ ଆରମ୍ଭ ହୋଇଛି। ବିବେକ ଚୌହାନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଆସନ୍ତା ବର୍ଷ ରିଲିଜ ହେବାର ଯୋଜନା ରହିଛି।
‘ବାପ୍‌’ର ପୋଷ୍ଟରରେ ଥିବା ସମସ୍ତ କଳାକାରଙ୍କ ଲୁକ ବହୁତ ଆକର୍ଷଣୀୟ ଦେଖାଯାଉଛି। ସନ୍ନିଙ୍କୁ ଦେଖିଲେ ଲାଗୁଛି ଯେମିତି ସେ ଫିଲ୍ମରେ କଏଦୀ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି। କେବଳ ଏତିକି ନୁହେଁ, ସନିଙ୍କ ପୋଷାକ, ଲମ୍ବା କେଶ ଏବଂ ଦାଢି ଦେଖି ପ୍ରଶଂସକମାନେ ତାଙ୍କ ଫିଲ୍ମ ‘ଜିତ’କୁ ମନେ ପକାଇଛନ୍ତି। ଅନ୍ୟପକ୍ଷରେ, ମିଥୁନ, ଜ୍ୟାକି ଏବଂ ସଞ୍ଜୟଙ୍କ ଚେହେରା ମଧ୍ୟ ବହୁତ ବଦଳିଥିବାର ଦେଖାଯାଉଛି।

Share