ବାପ୍‌ ଆରପାରେ: ଦୁଇ ପୁଓର ଭବିଷତ୍‌ ଚିନ୍‌ତାରେ ମା’

କୋମନା, ୪।୧୧(ଡି.ଏନ୍‌.ଏ.)-  ନୂଆପଡ଼ା ଜିଲା କୋମନା ବ୍ଲକ ଟିକ୍ରାପଡ଼ା ହାଟପଦା ପଡ଼ାର ବିଧବା ଶାନ୍ତି ରଣା(୨୦)। ଆପ୍‌ନେ ଆରପାରକେ ଚାଲିଗଲା ଉତାରୁ ଦୁଇ ଛୁଆକର ଦେଖ୍‌ଭାଲ, ଭବିଷତ୍‌ ଚିନ୍‌ତାରେ ସେ ଭାଂଗି ପଡ଼ିଛନ୍‌। ଏନ୍‌ତାଥି ସେ ସରକାରୀ ସାହାଯ୍‌ ଲାଗି ପରଶାସନକେ ଗୁହାରି କରିଛନ୍‌।
ସୂଚନା ଅନ୍‌ସାରେ ହାଟପଦା ପଡ଼ାର ସ୍ବର୍ଗତ ଗଣେଶ ରଣା(୩୨) ହାଇଦାବାଦ ସହରରେ ଭିନେ ଭିନେ କମ୍ପାନୀରେ କାମ୍‌ କରି ଦୁଇ ପଏସା ରୁଜଗାର କରୁଥିଲେ। ସେ ଯାହା ରୁଜଗାର କରୁଥିଲେ ସେଥ୍‌ରେ ତାକର ୪ ପରାନୀ କୁଟୁମ ଆରାମରେ ଚଲିଯାଉଥିଲେ। ହେଲେ ଗଣେଶ ସେଠାନେ କାମ୍‌ କଲା ଭିତରେ ତାକର ଦିହିପା ବିଗିଡ଼ି ଯାଇଥିଲା। ଏନ୍‌ତାଥି ସେ ଗଲା ଜୁଲାଇ ମାସେ ଗଁାକେ ଫିରିଆସିଥିଲେ। ମାଏକିନା ଶାନ୍ତି ଟଁକା ପଏସା ଧାର ଉଧାର କରି ଆପ୍‌ନେ ଗଣେଶକୁଁ ନୂଆପଡ଼ା ଜିଲା ମୁଖିଆ ଡାକ୍‌ତରଖାନାରେ ଚିକିଛା ଲାଗି ଭରତି କରିଥିଲେ। ହେଲେ ସେଠାନେ ଚିକିଛା ହେଲା ଅବସ୍‌ତାରେ କଲା ଜୁଲାଇ ୨୮ ତାରିଖ ଗଣେଶକଁର ମୁର୍‌ତୁ ହେଇଥିଲା। ଏନ୍‌ତା ପରିସ୍ଥିତିରେ ଶାନ୍ତି ପୁଓ ସୁନ୍ଦରଲାଲ(୯) ଆର ହେମନ୍ତ(୬)କୁଁ କେନ୍‌ଥେଇ ପାଲପୋଷ କରବେ, ପାଠ୍‌ ପଢ଼େଇ ମୁନୁଷ୍‌ କରବେ ସେ ଚିନ୍‌ତାରେ ଭାଂଗି ପଡ଼ିଛନ୍‌। ଇଆଡ଼େ ଘରେ ନିଜର ବଲି ଆହା କରବାକେ କେହି ନାଇଁ। ଜମିବାଡ଼ି, ସଁପତି ବଲି କିଛି ନାଇଁ। ସରକାରୀ ସାହାଯ୍‌ କହେଲେ ମାସିକ ମିଲୁଥିବାର ୨୦ କେ.ଜି. ଚାଉଲ ନ ସାହାଭରସା। ଏନ୍‌ତାଥି ସଖାଲ ପାଏଲେ ପରହର କାମ୍‌ବୁତା ନାଇଁ କଲେ ଦୁଇ ଛୁଆକୁ ଭାତ ମୁଠେ ଦେବାର ସମ୍‌ଭବ ନାଇଁ ହେବାର ବଲି ଶାନ୍ତି କଁଦ୍‌କଁଦ୍‌ନିଅଁା ହେଇ କହିଥିଲେ। ଶେଷେ ଉପେ ଶୂଇନ୍‌ ଶାନ୍ତି ବିଧବା ଭତା, ଜାତୀୟ ପରିବାର ମଙ୍ଗଳ ଯୋଜନାର ସାହାଯ୍‌, ଅନ୍ତ୍ୟୋଦୟ ଅନ୍ନପୂର୍ଣ୍ଣା ଯୋଜନାରେ ମାସିକ ୩୫ କେ.ଜି. ଚାଉଲ ଆର ଦୁଇ ଛୁଆକର ପାଠ୍‌ପଢ଼ା ବେବସ୍‌ତା କରବାକେ ଗଣମାଧ୍ୟମ ଜରିଆରେ ଜିଲା ପରଶାସନକେ ଗୁହାରି କରିଛନ୍‌।