ବାପ୍‌ ଦିବ୍ୟାଙ୍ଗ: ଦାଦନ ଖଟି ବହେନ୍‌କେ ପଢ଼ଉଛନ୍‌ ତିନ୍‌ ଭାଇ

 

କୋମନା, ୨୪।୩ (ଡି.ଏନ୍‌.ଏ.)-
ନୂଆପଡ଼ା ଜିଲା କୋମନା ବ୍ଲକ ପଏଁର ପଁଚେତ୍‌ ଅଧୀନ ମହୁଲଭଟା ଗଁାର ଦିବ୍ୟାଙ୍ଗ ମସତ୍‌ରାମ ତାଣ୍ଡି(୬୦)। ଛୁଆବେଲେ କେହେନ୍‌ସି ଗୁଟେ ଅଜନା ରୋଗ୍‌ରେ ପଡ଼ି ଦିବ୍ୟାଙ୍ଗ ପାଲଟିଯାଇଛନ୍‌। ଯେନ୍‌ଥିରଲାଗି ତାକର ଗୁଟେ ଗୋଡ଼ ଠିକ୍‌ରେ ନାଇଁ ଚଲବାର। ହେଲେ ଅଏଜ୍‌ ବି ସେ ଅନେକ ପରକାର ସରକାରୀ ସୁବିଧା ସୁଯୋଗରୁ ବଁଚିତ୍‌ ହେଇ ରହିଥିବାର ଅଭିଯୋଗ କରିଛନ୍‌।
ସୂଚନା ଅନ୍‌ସାରେ ମହୁଲଭଟା ଗଁାର ମସତ୍‌ରାମ ତାଣ୍ଡି(୬୦)କଁର ପରିବାର କହେଲେ ମାଏକିନା ଚମ୍ପା ତାଣ୍ଡି(୫୫), ତିନ୍‌ ପୁଓ ତ୍ରିନାଥ(୩୫), ବୃନ୍ଦାବନ(୩୦), ହେମନ୍ତ(୨୫) ଆରୁ ଗୁଟେ ବଲି ଝି’ଶୈଳସୂତା(୧୬)କୁଁ ନେଇ ସଁସାର। ପରିବାରଟା ନିହାତି ଗରିବ୍‌, ଜମିବାଡ଼ି ସଁପତି ବଲି କିଛି ନାଇଁ। ସଖାଲ ପାଏଲେ ମସତ୍‌ରାମ ନିଜେ ପାଲିଥିବାର ଛେଲ୍‌ ପଁାଚ୍‌ପଟକେ ଚରେଇ ଯାଉଛନ୍‌। ମାଏକିନା ଚମ୍ପା ଲୁକ୍‌କର କୁଲିମଜୁରି କରି ଦୁଇପଏସା ରୁଜଗାର କରୁଛନ୍‌। ସେଥ୍‌ରେ ତାକର ପରିବାର ଚଲୁଛେ। ଅଭାବ ଅନାଟନ ଲାଗି ମସ୍ତରାମକଁର ତିନ୍‌ହିଁ ପୁଓ ବାହାର ରାଏଜ୍‌କେ ଦାଦନ ଖଟିଯାଇଛନ୍‌। ଇଆଡ଼େ ଝି’ ଶୈଳସୂତା ଭୁବନେଶ୍ୱରର କେହେନ୍‌ସି ଗୁଟେ କଲେଜରେ ପାଠ୍‌ ପଢ଼ୁଛନ୍‌। ତାକର ଖରଚ୍‌ ତୁଲାବାକେ ୩ ପୁଓ ଦାଦନ ଯାଇଛନ୍‌ ବଲି ମସତ୍‌ରାମ କହିଛନ୍‌। ସେନ୍‌ତା ସରକାରୀ ସାହାଯ୍‌ କହେଲେ ମାସିକ ପରିବାରକେ ମିଲୁଥିବାର ୩୦ କେ.ଜି. ଚାଉଲ। ହେଲେ ସେଟା ବି ଏଡ଼େ ବଡ଼ ପରିବାରକେ ନିଅଁଟ୍‌ ହେଉଛେ। ଇଆଡ଼େ ମସତ୍‌ରାମ ଦିବ୍ୟାଙ୍ଗ ହେଇଥିଲାବେଲେ ତାକର ପାସେ ପରମାନ ପତର ବି ରହିଛେ। ସେ ସରକାରୀ ଯୋଜନାରେ ଭତା ପାଏବାର ଲାଗି ପଁଚେତ୍‌ନୁ ବ୍ଲକ ଅଫିସ ନରଦି ନରଦି ନିହାଲ ହେଇଗଲେନ। ହେଲେ କେହି ତାକର କଥା ନାଇଁ ଶୁନୁଥିବାର ସେ ଅଭିଯୋଗ କରିଛନ୍‌। ଇ ବାବ୍‌ଦେ ପଁଚେତ୍‌ କାର୍ଯ୍ୟନିର୍ବାହୀ ଅଧ୍‌କାରୀ ଡିକେନ୍ଦ୍ର କୁମାର ମାଝିକୁଁ ପଚ୍‌ରାଲାରୁ ଆବେଦନ ଫର୍ମ ଦାଖଲ କଲେ ଭତା ଯୁଗେଇ ଦେବାର ଦିଗେ ପଦକ୍ଷେପ ନିଆଯିବା ବଲି ସେ କହିଥିଲେ।

Share