ବାବନପୁରରେ ଗୋଷ୍ଠୀସଂଘର୍ଷ, ୧୦ରୁ ଊର୍ଦ୍ଧ୍ୱ ଆହତ

ପାତ୍ରପୁର,୧୬ା୯(ଡି.ଏନ୍‌.ଏ.)- ଜରଡ଼ା ଥାନା ଖମ୍ବାରୀଗଁା ପଞ୍ଚାୟତ ବାବନପୁର ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୧୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଖବର ପାଇ ଜରଡ଼ା ପୋଲିସ ଘଟଣା ସ୍ଥଳରେ ପହଞ୍ଚତ୍ ତଦନ୍ତ କରିବା ସହ ଆହତମାନଙ୍କୁ ପାତ୍ରପୁର ସ୍ବାସ୍ଥ୍ୟକେନ୍ଦ୍ରକୁ ନେବା ବ୍ୟବସ୍ଥା କରିଛି। ଗଣେଶ ପୂଜାବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିବାବେଳେ ଏହାକୁ ନେଇ ସୋମବାର ରାତିରେ ମାରପିଟ ହୋଇଥିବା ଜଣାପଡ଼ିଛି ା ଖବର ଲୋଖା ହେବା ପର୍ଯ୍ୟନ୍ତ ଥାନାରେ କୌଣସି ମାମଲା ହୋଇ ନ ଥିବାବେଳେ ଆହତ ମାନଙ୍କ ନାମ ଜଣା ପଡିନାହିଁ।