Categories: ଜାତୀୟ

ବାବରପୁର ମତଦାନ କେନ୍ଦ୍ରରେ ଡ୍ୟୁଟିରେ ଥିବା ନିର୍ବାଚନ ଅଧିକାରୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୮।୨: ଶନିବାର ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମତଦାନ ସକାଳ ୮ଟାଠାରୁ ଜାରି ରହିଛି। ଉତ୍ତର ପୂର୍ବ ଦିଲ୍ଲୀର ବାବରପୁର ପ୍ରାଇମେରୀ ସ୍କୁଲ ମତଦାନ କେନ୍ଦ୍ରରେ ଡ୍ୟୁଟିରେ ଥିବା ନିର୍ବାଚନ ଅଧିକାରୀ ଉଦାମ ସିଂଙ୍କ ମୃତ୍ୟୁ ଘଟିଛି। ସେ ଚେତା ହରାଇ ପଡ଼ିଯିବାରୁ ତାଙ୍କୁ ଚିକିତ୍ସାଲାଗି ଗୁରୁ ତେଗ୍‌ ବାହାଦୂର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହାର୍ଟ ଆଟାକ୍‌ ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ପୋଲିସ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଛି।

Share