Categories: ଜାତୀୟ

ବାବରୀ ମସଜିଦ୍‌ ମାମଲା: କଲ୍ୟାଣ ସିଂଙ୍କୁ ସ୍ବତନ୍ତ୍ର ସିବିଆଇ କୋର୍ଟର ସମନ ଜାରି; ସେପ୍ଟମ୍ବର ୨୭ରେ କୋର୍ଟରେ ହେବେ ହାଜର

ନୂଆଦିଲ୍ଲୀ,୨୨।୯: ବାବରୀ ମସଜିଦ୍‌ ମାମଲାରେ ଉତ୍ତରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କୁ ସ୍ବତନ୍ତ୍ର ସିବିଆଇ କୋର୍ଟ ପକ୍ଷରୁ ସମନ ଜାରି କରାଯାଇଛି। ସେ ସେପ୍ଟମ୍ବର ୨୭ରେ କୋର୍ଟରେ ହାଜର ହେବେ। ସୂଚନାଯୋଗ୍ୟ, ୧୯୯୨ ଡିସେମ୍ବର ୬ରେ ବାବରୀ ମସଜିଦ୍‌ ଧ୍ୱଂସ ମାମଲାରେ କଲ୍ୟାଣ ସିଂଙ୍କ ସମେତ ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲ୍‌କୃଷ୍ଣ ଆଡଓ୍ବାଣୀ, ମୂରଲୀ ମନୋହର ଯୋଶୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀ, ସ୍ବାଧୀ ଋତୁମ୍ଭରା, ମହନ୍ତ ନୃତ୍ୟଗୋପାଳ ଦାସ, ବିନୟ କଟିୟାର, ସତୀଶ ପ୍ରଧାନ, ଚମ୍ପତ ରାୟ ବଂସଲ, ବିଷ୍ଣୁ ହରି ଡାଲମିଆ, ଆରଓ୍ବୀ ବେଦାନ୍ତି, ଜଗଦୀଶ୍‌ ମୁନୀ ମହାରାଜ, ବି.ଏଲ୍‌.ଶର୍ମା, ଧର୍ମ ଦାସ ପ୍ରମୁଖ ଅଭିଯୁକ୍ତଙ୍କ ଉପରେ ମୋକଦମା ଚଳାଇବା ପାଇଁ କୁହାଯାଇଥିଲା। କଲ୍ୟାଣ ସିଂଙ୍କୁ ଅଭିଯୁକ୍ତ ଭାବେ ଉପସ୍ଥିତ କରାଇବାକୁ ସିବିଆଇ ପକ୍ଷରୁ ସେପ୍ଟେମ୍ବର ୯ରେ କୋର୍ଟରେ ଆବେଦନ କରାଯାଇଥିଲା। ସେ ରାଜ୍ୟପାଳ ପଦରେ ଥିବାରୁ ସମ୍ବିଧାନର ଅନୁଚ୍ଛେଦ ୩୬୧ ଅନ୍ତର୍ଗତ ତାଙ୍କ ଉପରେ ଆଇନଗତ ପଦକ୍ଷେପ ଗ୍ରହଣ କରାଯାଇ ପାରୁ ନ ଥିଲା। ସିବିଆଇ ଆବେଦନ ଆଧାରରେ ୨୦୧୭ ଏପ୍ରିଲ୍‌ ୧୯ରେ ସୁପ୍ରିମ୍‌କୋର୍ଟ କଲ୍ୟାଣ ସିଂଏହି ମାମଲାରେ କଲ୍ୟାଣ ସିଂଙ୍କ ବ୍ୟତିତ ଅନ୍ୟ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟରୁ ଜାମିନ୍‌ ମିଳିଛି। ସମସ୍ତ ଅଭିଯୁକ୍ତଙ୍କ ଉପରେ ଧାରା ୧୨୦(ବି)ଅନ୍ତର୍ଗତ ମୋକଦମା ଜାରି ରହିଛି। ୧୯୯୨ ଡିସେମ୍ବର ୬ରେ ବାବରୀ ମସଜିଦ୍‌ ଭାଙ୍ଗିବା ପରେ ଡିସେମ୍ବର ୧୬ରେ ଏହାର ବିଚାର ପାଇଁ ଲିବ୍ରାହାନ୍‌ କମିଶନ ଗଠନ କରାଯାଇଥିଲା। କମିଶନ ପକ୍ଷରୁ ଘଟଣାର ଯାଞ୍ଚ୍‌ କରାଯାଇ ଏହାକୁ ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର ସୂଚିତ କରି ୬୮ ଜଣଙ୍କୁ ଦୋଷୀ ଭାବେ ଉପସ୍ଥାପିତ କରିଥିଲେ। ତତ୍‌କାଳୀନ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂ ଏଭଳି ଘଟଣାକୁ ରୋକିବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରି ନ ଥିବା କମିଶନ ଦର୍ଶାଇଥିଲେ।

Share