Categories: ଖେଳ

ବାବର ଆଜମଙ୍କ ଲୋକପ୍ରିୟତା ଯୋଗୁ ସମରସେଟ୍‌ ଓ୍ବେବସାଇଟ୍‌ ଅଚଳ

କରାଚୀ,୭।୮- ପାକିସ୍ତାନ ବ୍ୟାଟ୍ସମ୍ୟାନ ବାବର ଆଜମ ବର୍ତ୍ତମାନ କାଉଣ୍ଟି କ୍ଲବ ସମରସେଟ୍‌ ପାଇଁ ଖେଳୁଛନ୍ତି। ତାଙ୍କ ଲୋକପ୍ରିୟତା ଯୋଗୁ କ୍ଲବର ଓ୍ବେବସାଇଟ୍‌ ଅଚଳ ହୋଇଯାଇଛି। ସମରସେଟ୍‌ କ୍ଲବ ତା’ର ସମସ୍ତ ମ୍ୟାଚ୍‌ର ସିଧାପ୍ରସାରଣ ନିଜ ଓ୍ବେବସାଇଟ୍‌ରେ କରାଯାଏ। ଦଳର ପ୍ରଥମ ଟି୨୦ ବେଳେ ପାକିସ୍ତାନର ପ୍ରଶଂସକମାନେ ଷ୍ଟାର ବ୍ୟାଟ୍ସମ୍ୟାନଙ୍କ ବ୍ୟାଟିଂ ଦେଖିବା ପାଇଁ ଓ୍ବେବସାଇଟ୍‌ ଷ୍ଟ୍ରିମ କରିବାକୁ ଉଦ୍ୟମ କରିଥିଲେ। ଏତେ ମାତ୍ରରେ ପାକିସ୍ତାନ ପ୍ରଶଂସକମାନେ ଷ୍ଟ୍ରିମ କରିବାରୁ ଓ୍ବେବସାଇଟ୍‌ ଅଚଳ ହୋଇଯାଇଥିଲା। ଏଥିନେଇ କ୍ଲବର ଡିଜିଟାଲ ମାର୍କେଟିଂ ଏକ୍‌ଜିକ୍ୟୁଟିଭ ବେନ ଓ୍ବାରେନ ଆଗାମୀ ମ୍ୟାଚ୍‌ ପୂର୍ବରୁ ଓ୍ବେବସାଇଟ୍‌କୁ ଉନ୍ନତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯାହାଫଳରେ ଓ୍ବେବସାଇଟ୍‌ର ସର୍ଭରର କ୍ଷମତା ବୃଦ୍ଧି ପାଇବ। ଆଶାନୁଯାୟୀ, ସମରସେଟ ତା’ର ପ୍ରଥମ ଘରୋଇ ମ୍ୟାଚ୍‌ରେ ସସେକ୍ସଠାରୁ ପରାଜୟ ବରଣ କରିଛି। ବାବର ୮୩ ରନ୍‌ ଇନିଂସ ଖେଳିଥିଲେ। ତାଙ୍କ ଇନିଂସକୁ ୟୁବ୍ୟୁଭରେ ଦେଢ଼ ନିୟୁତ ପ୍ରଶଂସକ ଦେଖିସାରିଛନ୍ତି। ବିଶ୍ୱକପ୍‌ରେ ୪୭୪ ରନ୍‌ କରିଥିବା ୨୪ ବର୍ଷୀୟ ଖେଳାଳି ଟି୨୦ କ୍ରିକେଟ ଶୀର୍ଷ ର଼୍ୟାଙ୍କ ବ୍ୟାଟ୍ସମ୍ୟାନ। ବାବର ସମରସେଟର ପ୍ରଥମ କାଉଣ୍ଟି ଚାମ୍ପିୟନଶିପ ମ୍ୟାଚ୍‌ ପାଇଁ ଉପଲବ୍ଧ ରହିବା ନେଇ ସ୍ପଷ୍ଟ କରିଛନ୍ତି।

Share