Categories: ଖେଳ

ବାବର ଆଜମ ଅଧିନାୟକତ୍ୱ ଛାଡିବା ପରେ ମହମ୍ମଦ ହଫିଜଙ୍କୁ ବଡ ଦାୟିତ୍ୱ ଦେଲା ପିସିବି

ଇସଲାମାବାଦ,୧୭।୧୧: ୨୦୨୩ ଦିନିକିଆ ବିଶ୍ୱକପ ପାକିସ୍ତାନ କ୍ରିକେଟ ଦଳ ପାଇଁ ଏକ ଦୁଃସ୍ବପ୍ନଠାରୁ କମ୍‌ ନୁହେଁ। ବାବର ଆଜମଙ୍କ ନେତୃତ୍ୱାଧୀନ ପାକିସ୍ତାନ ଦଳ ୯ଟି ଲିଗ ମ୍ୟାଚ ମଧ୍ୟରୁ ମାତ୍ର ୪ଟି ଜିତି ସେମିଫାଇନାଲ ପାଇଁ ଯୋଗ୍ୟତା ହରାଇଥିଲା। ଏହି ଖରାପ ପ୍ରଦର୍ଶନ ପରେ ପାକିସ୍ତାନ କ୍ରିକେଟ ବୋର୍ଡ ପୂର୍ବତନ ଅଧିନାୟକ ମହମ୍ମଦ ହଫିଜଙ୍କୁ ନୂତନ ଦାୟିତ୍ୱ ଦେଇଛି। ବାସ୍ତବରେ ହଫିଜଙ୍କୁ ପୁରୁଷ ପାକିସ୍ତାନ କ୍ରିକେଟର ନିର୍ଦ୍ଦେଶକ କରାଯାଇଛି।

ପାକିସ୍ତାନ କ୍ରିକେଟ ଦଳର ନିର୍ଦ୍ଦେଶକ ହେବା ପରେ ମହମ୍ମଦ ହଫିଜ କହିଛନ୍ତି, “ପାକିସ୍ତାନ କ୍ରିକେଟ ଦଳର ନିର୍ଦ୍ଦେଶକ ହୋଇଥିବାରୁ ମୁଁ ନିଜକୁ ଗୌରବାନ୍ବିତ ମନେ କରୁଛି। ମୁଁ ମଧ୍ୟ ମୋର କାର୍ଯ୍ୟ ପାଇଁ ଉତ୍ସାହିତ ଅଛି। ମୋତେ ବିଶ୍ୱାସ କରିଥିବାରୁ ମୁଁ ପିସିବିକୁ ଧନ୍ୟବାଦ ଦେଉଛି। ଦଳର ସଫଳତା ପାଇଁ ମୁଁ କୋଚିଂ ଷ୍ଟାଫ ଏବଂ ଖେଳାଳିଙ୍କ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ।

Share