Categories: ଜାତୀୟ

ବାବା ନିତ୍ୟାନନ୍ଦଙ୍କ ପାସପୋର୍ଟ ରଦ୍ଦ

ନୂଆଦିଲ୍ଲୀ,୬।୧୨: ମୋଦି ସରକାରଙ୍କ ସମୟରେ ବିବାଦରେ ଥିବା ଆତ୍ମ ଘୋଷିତ ବାବା ନିତ୍ୟାନନ୍ଦଙ୍କ ପାସପୋର୍ଟ ରଦ୍ଦ କରାଯାଇଛି। ଶୁକ୍ରବାର ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ରବିଶ କୁମାର ଏ ନେଇ ସୂଚନା ଦେଇଛନ୍ତି। ଏହାସହ ସେ ନୂଆ ପାସପୋର୍ଟ ପାଇଁ ଯେଉଁ ଆବେଦନ କରିଥିଲେ ତାକୁ ମଧ୍ୟ ଖାରଜ କରିଦିଆଯାଇଛି ବୋଲି ସେ କହିଛନ୍ତି। ବିଦେଶରେ ଥିବା ସମସ୍ତ ପୋଷ୍ଟକୁ ମଧ୍ୟ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ୨୦୧୦ରେ ବାବା ନିତ୍ୟାନନ୍ଦଙ୍କର ଏକ ସେକ୍ସ ସିଡି ସାମ୍ନାକୁ ଆସିବା ପରେ ତାଙ୍କୁ ଗିରଫ କରାଯାଇଥିଲା। ୨୦୧୨ ମଧ୍ୟ ତାଙ୍କ ନାଁରେ ବଳାତ୍କାର ଅଭିଯୋଗ ହୋଇଥିଲା।

Share