ବାବା ମୁକ୍ତେଶର ମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼

କେନ୍ଦୁଝର,୨୧।୨(ସ୍ବ.ପ୍ର.): କେନ୍ଦୁଝର ଜିଲାର ବିଭିନ୍ନ ସ୍ଥାନରେ ଥିବା ଶୈବପୀଠରେ ଜାଗରଯାତ୍ରା ଧୁମଧାମରେ ପାଳନ ହେଉଛି। ବିଭିନ୍ନ ଶୈବପୀଠରେ ସକାଳୁ ଭକ୍ତଙ୍କ ଭିଡ଼ ଜମିଥିଲା। ଝୁମ୍ପୁରା ବ୍ଲକ ନୟାଗଡ଼ସ୍ଥିତ ଏକ ହଜାରେ ବର୍ଷର ପ୍ରାଚୀନ ବାବା ମୁକ୍ତେଶର ମହାଦେବଙ୍କ ମନ୍ଦିରରେ ହଜାର ହଜାର ଭକ୍ତ ସକାଳୁ ଅପରାହ୍ନ ପର୍ଯ୍ୟନ୍ତ ପୂଜାର୍ଚ୍ଚନା କରିଛନ୍ତି। ଏହି ଅବସରରେ ଶ୍ରଦ୍ଧାଳୁ ଭଜନ ପରିବେଷଣ, ମିନାବଜାରର ମଜା ଉଠାଇଛନ୍ତି।