Categories: ଜାତୀୟ

ବାବା ରାମଦେବଙ୍କ କରୋନା କିଟ୍‌କୁ ନେଇ ଟୁଇଟରରେ କରାଯାଉଛି ପରିହାସ

ନୂଆଦିଲ୍ଲୀ,୨୪।୬: ଯୋଗଗୁରୁ ବାବା ରାମଦେବ ମଙ୍ଗଳବାର କରୋନା ପାଇଁ ଏକ ଆୟୁର୍ବେଦ କିଟ୍‌ ଲଞ୍ଚ କରିଥିବା ବେଳେ ଏବେ ଏହାକୁ ନେଇ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ପ୍ରକାରର ଜୋକ୍ସ ଶେୟାର କରାଯାଉଥିବା ଦେଖାଯାଇଛି। ତେବେ କ୍ଲିନିକାଲ ଟ୍ରାଏଲ ପରେ ଏହା କରୋନା ରୋଗୀଙ୍କୁ ଶହେ ପ୍ରତିଶତ ଠିକ୍‌ କରୁଥିବା ପତଞ୍ଜଳି ଦାବି କରୁଥିବା ବେଳେ ଏହାର ଯାଞ୍ଚ କରିବାକୁ କହିଛି ଆୟୁଷ ମନ୍ତ୍ରଣାଳୟ। ଏହାର କୌଣସି ବୈଜ୍ଞାନିକ ପ୍ରମାଣ ନ ଥିବାରୁ ଏହାର ଯାଞ୍ଚ ଜରୁରୀ ବୋଲି କହିଛି ଆୟୁଷ ମନ୍ତ୍ରଣାଳୟ। ତେବେ ଏହାକୁ ନେଇ ଏବେ ଟୁଇଟରରେ #Coronil ଟ୍ରେଣ୍ଡ କରିବାରେ ଲାଗିଛି। ଲୋକ ଏଥିରେ ମେମସ୍‌ ଓ ଜୋକ୍ସ ଶେୟାର କରିବାରେ ଲାଗିଛନ୍ତି।  ଗୋଟିଏ ଫଟୋରେ ଲୋକେ ପତଞ୍ଜଳି ଷ୍ଟୋରକୁ କରୋନା ଔଷଧ ପାଇଁ ଦୌଡୁଥିବା ଦେଖାଯାଇଛି।

ସେହିପରି ପତଞ୍ଜଳି କରୋନା ଔଷଧ ଲଞ୍ଚ କରିବା ପରେ ଯେମିତି ବାବାଙ୍କ ବେଶ ପୋଷାକ ପରିବର୍ତ୍ତନ ହୋଇଯାଇଛି ତାହା ଦେଖାଯାଇଛି। ଆଉ ଏକ ଫଟୋରେ ବିଶ୍ୱା ସ୍ବାସ୍ଥ୍ୟ ସଂଗଠନ ରାମଦେବଙ୍କ ପାଖରେ ଯେମିତି ହାର ମାନିଛି। ଅନ୍ୟପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନା ଔଷଧ ମାଗୁଥିବାର ଏକ ଫଟୋ ଦେଖିବାକୁ ମିଳିଛି।

Share