Categories: ଜାତୀୟ

ବାବୁଲ ସୁପ୍ରିୟୋଙ୍କୁ ଆକ୍ରମଣର ପ୍ରତିବାଦ: ଏବିଭିପି ଶୋଭାଯାତ୍ରାକୁ ଅଟକାଇଲା ପୋଲିସ

କୋଲକାତା,୨୪ା୯(ପି.ଟି.): କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋଙ୍କୁ ଆକ୍ରମଣ ଘଟଣାକୁ ବିରୋଧ କରି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ସୋମବାର ପ୍ରତିବାଦ ଶୋଭାଯାତ୍ରା ବାହାର କରାଯାଇଥିବାବେଳେ ଅଧାବାଟରେ ପୋଲିସ ଏହାକୁ ଅଟକାଇଥିଲା। ଫଳରେ ଏବିଭିପି କର୍ମୀମାନେ ପୋଲିସ ଉପରକୁ ଢେଲାମାଡ଼ କରିବା ସହ ବାରିକେଡ୍‌ ଭାଙ୍ଗିବାକୁ ଉଦ୍ୟମ କରିଥିଲେ। ପୋଲିସ କାର୍ଯ୍ୟାନୁଷ୍ଠାନରେ କେତେଜଣ ଏବିଭିପି କର୍ମୀ ଆହତ ହୋଇଥିବା ଜଣାପଡ଼ିଛି।
୧୯ ତାରିଖରେ ସୁପ୍ରିୟୋ ଯାଦବପୁର ବିଶ୍ୱବିଦ୍ୟାଳୟକୁ ଆସିଥିବାବେଳେ ବାମପନ୍ଥୀ ଛାତ୍ର ସଂଗଠନ ତାଙ୍କୁ ଦୀର୍ଘ ୫ ଘଣ୍ଟା ଅଟକାଇବା ସହ ଆକ୍ରମଣ କରିଥିଲା। ଏହାର ପ୍ରତିବାଦରେ ଏବିଭିପି କର୍ମୀ ଦକ୍ଷିଣ କୋଲକାତାର ଗରିଆହାଟ ଅଞ୍ଚଳରୁ ଶୋଭାଯାତ୍ରା ବାହାର କରିଥିଲେ। ଯୋଧପୁର ପାର୍କ ନିକଟରେ ପହଞ୍ଚତ୍ବା ପରେ ପୋଲିସ ବାରିକେଡ଼୍‌ ରଖି ଅଟକାଇଥିଲା। ଉତ୍ତ୍ୟକ୍ତ କର୍ମୀ ତୃଣମୂଳ କଂଗ୍ରେସ ସରକାର ବିରୋଧରେ ସ୍ଲୋଗାନ ଦେବା ସହ ପୋଲିସ ଉପରକୁ ଟେକାମାଡ଼ କରିଥିଲେ।

Share