ବାବୁସାନ ଶ୍ରେଷ୍ଠ ଅଭିନେତା, ଭୂମିକା ଶ୍ରେଷ୍ଠ ଅଭିନେତ୍ରୀ

ପୁରୀ ଅଫିସ, ୯ା୨: ୱିନିଂ ଏବଂ ସ୍ପୋର୍ଟିଂ କ୍ଲବ ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଗୋଲ୍ଡେନ ବିିଚ୍‌ରେ ଦୁଇଦିନିଆ ୧୫ତମ ଓଡ଼ିଆ ଫିଲ୍ମ ଓ ଟିଭି ଆୱାର୍ଡ ଶୋ’ ଟାଇମ୍‌ ଶନିବାର ଉଦ୍‌ଘାଟିତ ହୋଇଯାଇଛି। ମିଷ୍ଟର ମଜ୍‌ନୁ ଚଳଚ୍ଚିତ୍ର ଲାଗି ବାବୁସାନ୍‌ ଶ୍ରେଷ୍ଠ ଅଭିନେତା, ନାୟକର ନଁା ଦେବଦାସ ଚଳଚ୍ଚିତ୍ର ପାଇଁ ଭୂମିକା ଶ୍ରେଷ୍ଠ ଅଭିନେତ୍ରୀ ଟାଇଟଲ ହାସଲ କରିଛନ୍ତି। ଶ୍ରୀତମ ଦାସ ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା (ଗୋଲମାଲ ଲଭ୍‌) ଏବଂ ପ୍ରତିଭା ପଣ୍ଡା ପାର୍ଶ୍ୱ ଅଭିନେତ୍ରୀ (ପ୍ରେମ ପାଇଁ ମହାଭାରତ), ପ୍ରେମାନନ୍ଦ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ (ଅଜବ ସଞ୍ଜୁର ଗଜବ ଲଭ୍‌), ସୁଧାକର ବସନ୍ତ ଶ୍ରେଷ୍ଠ କୋରିଓଗ୍ରାଫର (ବୋବାଲ ଟୋକା), କଣ୍ଠଶିଳ୍ପୀ ସତ୍ୟଜିତ ଏବଂ ଅନ୍ତରା ଚକ୍ରବର୍ତ୍ତୀ ଶ୍ରେଷ୍ଠ ସଙ୍ଗୀତ, ଅସିତ ପତି ଶ୍ରେଷ୍ଠ ଖଳ ଅଭିନେତା (ଅଜବ ସଞ୍ଜୁର ଗଜବ ଲଭ୍‌) ଅଶୋକ ପତି ଶ୍ରେଷ୍ଠ ନିର୍ଦ୍ଦେଶକ (ମିଷ୍ଟର ସଞ୍ଜୁ) ଏବଂ ଶ୍ରେଷ୍ଠ ଫିଲ୍ମ ଭାବେ ତରଙ୍ଗ ସିନେ ପ୍ରଡକ୍ସନ ପ୍ରାୟୋଜିତ ମିଷ୍ଟର ସଞ୍ଜୁ ପୁରସ୍କୃତ ହୋଇଛନ୍ତି। ଫିଲ୍ମ ‘ବାଳ’ ଲାଗି ସମୀର ଶତପଥୀ ଶ୍ରେଷ୍ଠ ନବାଗତ ଏବଂ ସାୟଲ (ଚାଲ୍‌ ଟିକେ ଦୁଷ୍ଟ ହେବା) ଶ୍ରେଷ୍ଠ ନବାଗତ ଅଭିନେତ୍ରୀ ଭାବେ ପୁରସ୍କୃତ ହୋଇଛନ୍ତି। ଦେବୀଦତ୍ତ ମହାନ୍ତି (ଚାଲ୍‌ ଟିକେ ଦୁଷ୍ଟ ହେବା) ଶ୍ରେଷ୍ଠ ସଂଳାପ ଲେଖକ, ସଞ୍ଜୟ ମହାକୁଡ଼ ଶ୍ରେଷ୍ଠ ସଂଳାପ, ସୁଶାନ୍ତ ମଣି ଚଳଚ୍ଚିତ୍ର ନିମ୍‌କୀ ଲାଗି ଶ୍ରେଷ୍ଠ ସମ୍ପାଦକ, ବାପା ତମେ ଭାରି ଦୁଷ୍ଟ ଚଳଚ୍ଚିତ୍ର ଲାଗି ଶ୍ରେଷ୍ଠ ହାସ୍ୟ ଅଭିନେତା ଭାବେ ପ୍ରଦ୍ୟୁମ୍ନ ଲେଙ୍କା ଏବଂ ଶ୍ରେଷ୍ଠ ଫିଲ୍ମ ସାମ୍ବାଦିକ ଭାବେ ଆଦିକନ୍ଦ ରାଉତଙ୍କୁ ସମ୍ମାନିତ କରାଯାଇଥିଲା।
ଉତ୍ସବରେ ଅତିଥି ଭାବେ ଅନୁଷ୍ଠାନର ଚେୟାରମ୍ୟାନ ଇଂ. ସୂର୍ଯ୍ୟ ରଥ, ସାଧାରଣ ସମ୍ପାଦକ ଯୁବ ସାଂସ୍କୃତିକ ସଙ୍ଗଠକ ନବକିଶୋର ପ୍ରଧାନ, ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ଜୀବନ କୁମାର ବଡୁ, ଗୌରହରି ପ୍ରଧାନ, ଅଭିନେତା ଉତ୍ତମ ମହାନ୍ତି, ସାମାଜିକ କର୍ମୀ ଚକ୍ରଧର ମହାପାତ୍ର ଏବଂ ଅନିରୁଦ୍ଧ ରାଉତ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ନୃତ୍ୟଶିଳ୍ପୀ ନନ୍ଦିତା ଓ ଟିମ୍‌ ଓଡ଼ିଶୀ ଯୁଗଳବନ୍ଦୀ, ବ୍ରାଣ୍ଡ ଅର୍କେଷ୍ଟ୍ରା, ଶ୍ରୀକ୍ଷେତ୍ର ନୃତ୍ୟ କଳା ବିକାଶ ପରିଷଦ ଆଧୁନିକ ନୃତ୍ୟ, କୃଷ୍ଣମଣି ନୃତ୍ୟ କଳାପୀଠ ପକ୍ଷରୁ ଭଜନ ନୃତ୍ୟ ପରିବେଷଣ କରାଯାଇଥିଲା।

Share