ବାମରାରେ ରେଳରୋକୋ: ଆରପିଏଫ୍‌ ପକ୍ଷରୁ କୁଚିଣ୍ଡା ବିଧାୟକଙ୍କୁ ସମନ

ସମ୍ବଲପୁର,୧୬।୧୦ (ବ୍ୟୁରୋ): ଫସଲ ବୀମା ଓ ବିଭିନ୍ନ ଦାବି ନେଇ ବାମରା ଷ୍ଟେଶନରେ ଚାଷୀମାନେ ରେଳରୋକୋ କରିଥିଲେ । ଏହାକୁ ନେଇ ବାମରା ରେଳ ଷ୍ଟେଶନ ଆର୍‌ପିଏଫ ପକ୍ଷରୁ ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଓ ୯ଜଣଙ୍କ ନାମରେ ନୋଟିସ କରାଯାଇଛି ।
ପୂର୍ବତନ ବିଧାୟକ ରାଜେନ୍ଦ୍ର ଛତ୍ରିଆ, ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ଆବାହକ ଅଶୋକ ପ୍ରଧାନ, ସମ୍ବଲପୁର ଜିଲା କୃଷକ ସଂଗଠନ ସଭାପତି ମୁରାରୀ ପୁରୋହିତ, କୁଷଧ୍ୱଜ ଚୌଧୁରୀ, ଦିଲୀପ ଛତ୍ରିଆ, କୁମାର ଚନ୍ଦ୍ର ପଟେଲ, ଜଗଦୀଶ ପାଲ, ଲକ୍ଷ୍ମୀନାରାୟଣ ଛତ୍ରିଆଙ୍କ ନାମ ରହିଛି । କେସ ନଂ. ୧୨୬୧/୧୯ ସମସ୍ତଙ୍କ ନାମରେ ମାମଲା ରୁଜୁ ହୋଇଛି।
ସୂଚନାଯୋଗ୍ୟ ଯେ, ସେପ୍ଟେମ୍ବର ୩୦ ତାରିଖ କୃଷକ ସଂଗଠନ ଡାକରାରେ ବାମରା ଓ ସାଗରା ରେଳ ଷ୍ଟେଶନରେ ଚାଷୀମାନେ ଅପରାହ୍ନ ୨ଟା ପର୍ଯ୍ୟନ୍ତ ରେଳରୋକୋ କରିଥିଲେ। ଫଳରେ ଜମ୍ମୁତାଇ ଏକ୍ସପ୍ରେସ, ସମ୍ବଲପୁର-ରାଉରକେଲା ଡିଏମୟୁ, ରାଉରକେଲା- ସମ୍ବଲପୁର ପାସେଞ୍ଜର ସହ ଅନ୍ୟ ଟ୍ରେନ ଚଳାଚଳ ବ୍ୟାହତ ହୋଇଥିଲା।

Share