ବାରଙ୍ଗ କାଚ କାରଖାନା ପ୍ରତିଷ୍ଠାତାଙ୍କ ପରଲୋକ

ନରାଜ, ୨୧।୧୧(ଡି.ଏନ୍‌.ଏ.): ବାରଙ୍ଗ କାଚ କାରଖାନାର ପ୍ରତିଷ୍ଠାତା ଯୁଗଳ କିଶୋର ଝୁନଝୁନୱାଲାଙ୍କ ୮୯ ବର୍ଷରେ ପରଲୋକ ଘଟିଛି। ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଅପରାହ୍ନରେ ତାଙ୍କ ମୃତ୍ୟୁ ଘଟିଛି। କିଛି ଦିନ ହେବ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ଶିଳ୍ପପତି ଭାବେ ବାରଙ୍ଗରେ ପ୍ରଥମ କାଚ କାରଖାନା ପ୍ରତିଷ୍ଠା କରି ସେ ଅଞ୍ଚଳକୁ ଗୌରବାନିତ୍ୱ କରିଥିଲେ। ଏଥିସହ ତାଙ୍କ ଉଦ୍ୟମରେ ବାରଙ୍ଗରେ ବିଦ୍ୟାପୀଠ, ସରକାରୀ ଚିକିତ୍ସାଳୟ ଓ କନକ ଦୁର୍ଗା ମନ୍ଦିର ଆଦି ପ୍ରତିଷ୍ଠା ହୋଇପାରିଥିଲା। ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମୃତ୍ୟୁ ସମୟରେ ତାଙ୍କ ଶଯ୍ୟା ନିକଟରେ ୨ ପୁତ୍ର ସୁରେନ ଝୁନଝୁନୱାଲା ଓ ମୋହନ ଝୁନଝୁନୱାଲାଙ୍କ ସମେତ ପରିବାରର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।

Share