ବାରଣ ସତ୍ତ୍ୱେ ଘରକୁ ଫେରୁଛନ୍ତି ବହିରାଗତ:  ୭ ଭୁବନେଶ୍ୱର ଫେରନ୍ତା କ୍ୱାରାଣ୍ଟାଇନ୍‌ରେ

ଦାରିଙ୍ଗବାଡ଼ି,୧୨।୪(ଡି.ଏନ.ଏ)- କରୋନା ପାଇଁ ସମସ୍ତ ଜିଲାର ସୀମାକୁ ସିଲ୍‌ କରାଯାଇଛି। ଜିଲା ପ୍ରଶାସନର ବାରଣ ସତ୍ତ୍ୱେ ବିଭିନ୍ନ ସ୍ଥାନରୁ ପାସ ହାସଲ କରି ଭଡ଼ାଗାଡ଼ି ନେଇ ଲୋକେ ଘରକୁ ଫେରୁଛନ୍ତି। ଏଭଳି ଏକ ଘଟଣା ଘଟିଛି ଦାରିଙ୍ଗବାଡ଼ି ଅଞ୍ଚଳରେ। ଭୁବନେଶ୍ୱର ଅଞ୍ଚଳରେ ରହୁଥିବା ଗୋଟିଏ ପରିବାରର ୬ଜଣ ଏକ କାର ଭଡାକରି ଆସି ଦାରିଙ୍ଗବାଡ଼ିରେ ପହଞ୍ଚତ୍ଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ଗର୍ଭବତୀ ଓ ୨ ଶିଶୁ ରହିଛନ୍ତି। ଗର୍ଭବତୀ ମହିଳାଙ୍କ ସ୍ବାସ୍ଥ୍ୟପରୀକ୍ଷାରେ ସମସ୍ୟା ହେବାରୁ ପାସ କରି ଦାରିଙ୍ଗବାଡ଼ି ନିଜ ଅଞ୍ଚଳ କେରୁବାଡ଼ିକୁ ଫେରିଥିଲେ। ଗ୍ରାମରେ ପହଞ୍ଚତ୍ବା ପୂର୍ବରୁ ପୋଲିସ ଉଦ୍ଧାର କରି ଡବେରୀଠାରେ କରାଯାଇଥିବା କ୍ୱାରାଣ୍ଟାଇନ୍‌ ଗୃହରେ ରଖିଥିବା ଦାରିଙ୍ଗବାଡ଼ି ବିଡିଓ ଡ. ଜଗଦୀଶ ଷଡଙ୍ଗୀ କହିଛନ୍ତି। ସେହିପରି ଶିର୍କାବର୍ଗ ଅଞ୍ଚଳର ଜଣେ ୨୬ ବର୍ଷୀୟ ଯୁବତୀ ମଧ୍ୟ ଭୁବନେଶ୍ୱରରୁ ସ୍କୁଟିରେ ଆସି ଦାରିଙ୍ଗବାଡ଼ିରେ ପହଞ୍ଚତ୍ଥିବା ଦାରିଙ୍ଗବାଡ଼ି ପଞ୍ଚାୟତ ନିର୍ବାହୀ ଅଧିକାରୀ ଲୋକନାଥ ପଟ୍ଟନାୟକ କହିଛନ୍ତି। ସମସ୍ତ ୭ଜଣଙ୍କୁ ଉକ୍ତ ସଂଘରୋଧ ପ୍ରକୋଷ୍ଠରେ ରଖାଯାଇଛି।

Share