Categories: ଜାତୀୟ

ବାରଣ ସତ୍ୱେ ଜଳୁଛି ନଡା: ବଢୁଛି ବାୟୁ ପ୍ରଦୂଷଣର ମାତ୍ରା

ଅମ୍ରିତସର,୧୪।୧୦: ପଞ୍ଜାବରେ ସରକାରଙ୍କ ପକ୍ଷରୁ ନଡା ଜାଳିବା ବାରଣ କରାଯାଇଥିଲେ ବି ଅମ୍ରିତସରରେ କୃଷକମାନେ ନଡା ଜାଳୁଥିବା ଦେଖିବାକୁ ମିଳିଛି। ଫଳରେ ଦିଲ୍ଲୀର ବାୟୁ ପ୍ରଦୂଷଣ ମାତ୍ରା ବେଳକୁ ବେଳ ବଢିବାରେ ଲାଗିଛି। କୃଷକଙ୍କ କହିବା କଥା ହେଲା ଏହାର କୌଣସି ବିକଳ୍ପ ନ ଥିବାରୁ ସେମାନେ ନଡା ସବୁକୁ ଜାଳିବାକୁ ବାଧ୍ୟ ହେଉଛନ୍ତି। କାରଣ ଏହାକୁ ନା କୌଣସି ପଶୁ ଖାଉଛନ୍ତି ନା ଏହାର ପ୍ରକ୍ରିୟା କରଣ ପାଇଁ ସରକାର କିଛି ବ୍ୟବସ୍ଥା କରିଛନ୍ତି। ତେଣୁ ଆମେ ବାଧ୍ୟ ହୋଇ ଏସବୁକୁ ଜାଳି ଦେଉଛୁ ବୋଲି ବିଲା ନାମକ ଜଣେ କୃଷକ ପ୍ରକାଶ କରିଛନ୍ତି। ଏବେ ଦିଲ୍ଲୀର ବାୟୁ ପ୍ରଦୂଷିତ ବୃଦ୍ଧି ହେବାର ମୁଖ୍ୟ କାରଣ ପଡୋଶୀ ରାଜ୍ୟରେ ନଡା ଜାଳିବା ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ କହିଛନ୍ତି। ଅନ୍ୟପଟେ ଏଥର ବିନା ବାଣରେ ଦୀପାବଳି ପାଳନ କରିବାକୁ କେଜରିଓ୍ବାଲ ଦିଲ୍ଲୀବାସୀଙ୍କୁ ଅନୁରୋଧ କରିଛନ୍ତି।

Share