ବାରବାଟୀରେ ଭାରତୀୟ ଦଳର ଅଭ୍ୟାସ: କୋହଲିଙ୍କୁ ଦେଖିବାକୁ ଦର୍ଶକଙ୍କ ପ୍ରବଳ ଭିଡ଼

କଟକ ଅଫିସ,୨୧।୧୨: ରବିବାର ବାରବାଟୀରେ ଖେଳାଯିବ ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଚଳିତ ଦିନିକିଆ କ୍ରିକେଟ ସିରିଜର ଅନ୍ତିମ ତଥା ନିର୍ଣ୍ଣାୟକ ମ୍ୟାଚ୍‌। ଏହା ପୂର୍ବରୁ ଶନିବାର ବାରବାଟୀରେ ଅଭ୍ୟାସ ଆରମ୍ଭ କରିଛି ବିରାଟ ବାହିନୀ। ୪ଟି ନେଟ୍ସରେ ଭାରତୀୟ ଦଳ ଅଭ୍ୟାସକୁ ଓହ୍ଲାଇଛନ୍ତି। ଅଧିନାୟକ ବିରାଟ କୋହଲିଙ୍କୁ ଦେଖିବା ଲାଗି ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ୬ନଂ ଗ୍ୟାଲେରୀରେ ଦର୍ଶକଙ୍କୁ ଅଭ୍ୟାସ ଦେଖିବା ପାଇଁ ସୁଯୋଗ ଦିଆଯାଇଛି। ତେବେ ଓ୍ବେଷ୍ଟଇଣ୍ଡିଜ ଦଳ ଅପରାହ୍ନ ୨ଟାରେ ଅଭ୍ୟାସ କରିବ ବୋଲି ଧାର୍ଯ୍ୟ କରାଯାଇଛି।

ସିରିଜର ପ୍ରଥମ ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜ ଦଳ ୮ ଉଇକେଟରେ ବିଜୟୀ ହୋଇଥିଲା। ବିଶାଖାପାଟଣାରେ ଅନୁଷ୍ଠିତ ଦ୍ୱିତୀୟ ଦିନିକିଆରେ ଭାରତ ୧୦୭ ରନରେ ବିଜୟ ହାସଲ କରିଛି। ଏଣୁ ବାରବାଟୀ ମ୍ୟାଚର ଗୁରୁତ୍ୱ ବଢ଼ି ଯାଇଛି। ସିରିଜର ଏହା ନିର୍ଣ୍ଣାୟକ ମ୍ୟାଚ ହୋଇଥିବାରୁ ଭାରତୀୟ କ୍ରିକେଟପ୍ରେମୀଙ୍କ ନଜର ଏବେ ସ୍ବତଃ ବାରବାଟୀ ମ୍ୟାଚ ଉପରେ ନିବଦ୍ଧ ରହିଛି।

Share