Categories: ଖେଳ

ବାରବାଟୀରେ ଭାରତ-ଓ୍ବେଷ୍ଟଇଣ୍ଡିଜ ଦିନିକିଆ କ୍ରିକେଟ

ନୂଆଦିଲ୍ଲୀ,୪ା୬ (ପି.ଟି.)-ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସମଗ୍ର ଘରୋଇ ସିଜନ ପାଇଁ ସୋମବାର କାର୍ଯ୍ୟସୂଚୀ ଘୋଷଣା କରିଛି। ସୂଚନା ଅନୁସାରେ କଟକ ବାରବାଟୀ ଷ୍ଟାଡିୟମରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଦିନିକିଆ ଡିସେମ୍ବର ୨୨ ତାରିଖରେ ଖେଳାଯିବ। ଆସନ୍ତା ସିଜନରେ ଭାରତରେ ଏଥିରେ ମୋଟ ୫ ଟେଷ୍ଟ, ୯ ଅନ୍ତର୍ଜାତୀୟ ଦିନିକିଆ ଏବଂ ୧୨ ଟି୨୦ ଖେଳାଯିବ। ବାଂଲାଦେଶ କ୍ରିକେଟ ଦଳ ପ୍ରଥମ ଥର ଭାରତରେ ଏକ ସିରିଜ ଖେଳିବ। ଏହି ଅବସରରେ ଦଳ ତିନୋଟି ଟି୨୦ ଏବଂ ଦୁଇଟି ଟେଷ୍ଟ ମ୍ୟାଚ ଖେଳିବ। ଉଦ୍‌ଘାଟନୀ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଅଂଶବିଶେଷ ସ୍ବରୂପ ଭାରତ ଅକ୍ଟୋବରରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ ଟେଷ୍ଟ ଏବଂ ଅକ୍ଟୋବରରେ ବାଂଲାଦେଶ ବିପକ୍ଷରେ ଦୁଇଟି ଟେଷ୍ଟ ମ୍ୟାଚ ଖେଳିବ।
ଅନୁସାରେ ସେପ୍ଟେମ୍ବର ୧୫ରୁ ତିନୋଟି ଟି୨୦ ମ୍ୟାଚ ସହ ଦକ୍ଷିଣ ଆଫ୍ରିକାର ପ୍ରଥମେ ଭାରତ ଟୁର୍‌ କରିବ। ପରେ ଅକ୍ଟୋବର ୨ରୁ ୨୩ ତିନୋଟି ଟେଷ୍ଟ ମ୍ୟାଚ ଖେଳିବା ପରେ ସ୍ବଦେଶ ଫେରିଯିବ। ଦଳ ପୁଣ୍‌ି ୨୦୨୦ ମାର୍ଚ୍ଚରେ ଭାରତ ଆସି ତିନୋଟି ଆନ୍ତର୍ଜାତୀୟ ଦିନିକିଆ ଖେଳିବ। ଦିଲ୍ଲୀରେ ପ୍ରଥମ ଟି୨୦ ସହ ବାଂଲାଦେଶ ବିପକ୍ଷ ସିରିଜ ଆରମ୍ଭ ହେବ। ଏହି ଦଳ ବିପକ୍ଷରେ ଦୁଇଟି ଟେଷ୍ଟ ମ୍ୟାଚ ଇନ୍ଦୋର (ନଭେମ୍ବର ୧୪ରୁ ୧୮) ଏବଂ କୋଲାକାତା (ନଭେମ୍ବର ୨୨ରୁ ୨୬)ଠାରେ ଖେଳାଯିବ। ୨୦୧୭ ପରେ ବାଂଲାଦେଶ ପ୍ରଥମ ଥର ଭାରତ ଗସ୍ତରେ ଆସିଥିଲା ଏବଂ ହାଇଦ୍ରାବାଦରେ ଏକମାତ୍ର ଟେଷ୍ଟ ମ୍ୟାଚ ଖେଳିଥିଲା। ନଭେମ୍ବର ଶେଷ ସପ୍ତାହରେ ବାଂଲାଦେଶର ପ୍ରସ୍ଥାନ ପରେ ଡିସେମ୍ବର ୬ରୁ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ତିନୋଟି ଟି୨୦ ଏବଂ ସମାନ ସଂଖ୍ୟକ ଅନ୍ତର୍ଜାତୀୟ ଦିନିକିଆ ଖେଳିବ। ପରବର୍ତ୍ତୀ ମାସ ଅର୍ଥାତ ଜାନୁୟାରୀ ୫ରୁ ୧୦ ମଧ୍ୟରେ ଭାରତ ଜିମ୍ବାଓ୍ବେ ବିପକ୍ଷରେ ତିନୋଟି ଅନ୍ତର୍ଜାତୀୟ ଟି୨୦ ଖେଳିବ। ଏହାର୪ ଦିନ ପରେ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ ସିରିଜ ଖେଳିବ। ମାର୍ଚ୍ଚରେ ଦକ୍ଷିଣ ଆଫ୍ରିକାର ଭାରତକୁ ଦିନିକିଆ ଟୁର୍‌ ସହ ଘରୋଇ ସିଜନ ଶେଷ ହେବ।

Share