ବାରବାଟୀରେ ଭାରତ-ଓ୍ବେଷ୍ଟଇଣ୍ଡିଜ ମୁକାବିଲା: ମାଷ୍ଟରକ୍ୟାଣ୍ଟିନରୁ ଷ୍ଟାଡିୟମ ପର୍ଯ୍ୟନ୍ତ ଚାଲୁଛି ସ୍ବତନ୍ତ୍ର ବସ୍‌

ଭୁବନେଶ୍ୱର,୨୨।୧୨(ବ୍ୟୁରୋ): କଟକ ବାରବାଟୀରେ ରବିବାର ଖେଳାଯିବ ଭାରତ-ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ତୃତୀୟ ଦିନିକିଆ। ଏହାକୁ ନେଇ ‘ମୋ ବସ୍‌’ପକ୍ଷରୁ ସ୍ବତନ୍ତ୍ର ବସ୍‌ ଚଳାଚଳ ହେଉଛି। ଭୁବନେଶ୍ୱର ରେଳଷ୍ଟେଶନଠାରୁ ବାରବାଟୀ ଷ୍ଟାଡିୟମ ପର୍ଯ୍ୟନ୍ତ ୨୦ଟି ବସ୍‌ ଚାଲୁଥିବା ସୂଚନା ମିଳିଛି।

ଚଳିତ ସିରିଜ ୧-୧ ସ୍ଥିତିରେ ଥିବାରୁ ଏହି ମ୍ୟାଚ୍‌ ଉପରେ ଉଭୟ ଦଳର ଲକ୍ଷ୍ୟ ରହିଛି। ଗୋଟିଏ ପଟେ ଓ୍ବେଷ୍ଟଇଣ୍ଡିଜ ମ୍ୟାଚ ଜିତି ରେକର୍ଡ କରିବା ଲକ୍ଷ୍ୟରେ ଥିବା ବେଳେ ଭାରତର ନଜର ସିରିଜ ଉପରେ ରହିଛି। ଅପରପକ୍ଷେ ଦୁଇବର୍ଷ ପରେ ବାରବାଟୀରେ ଏହି ଅନ୍ତର୍ଜାତୀୟ ଏକଦିବସୀୟ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି। ଚଳିତ ସିରିଜର ଏହା ନିର୍ଣ୍ଣାୟକ ମ୍ୟାଚ ହୋଇଥିବାରୁ ଦର୍ଶକଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍କଣ୍ଠା ଦେଖିବାକୁ ମିଳୁଛି।

Share