Categories: ଖେଳ

ବାରବାଟୀ ଦିନିକିଆ: ଆଉ ୧୮ଦିନ; ଅନଲାଇନ୍‌ରେ ବିକ୍ରି ହେବ ୮୧୫୦ ଟିକେଟ୍‌

କଟକ ଅଫିସ,୪ା୧୨- ଭାରତ-ଓ୍ବେଷ୍ଟଇଣ୍ଡିଜ ଅନ୍ତର୍ଜାତୀୟ ଏକଦିବସୀୟ କ୍ରିକେଟ ମ୍ୟାଚ୍‌ ପାଇଁ ଆସନ୍ତା ୫ରୁ ୧୫ ତାରିଖ ପର୍ଯ୍ୟନ୍ତ ଅନଲାଇନ୍‌ରେ ଟିକେଟ ବିକ୍ରି ହେବ। ଟିକେଟ www.paytm.com ଏବଂ www.insider.inରେ ଉପଲବ୍ଧ ହେବ। ପୂର୍ବରୁ ୯୨୦୦ ଟିକେଟ ଅନଲାଇନରେ ବିକ୍ରି ହେଉଥିବା ବେଳେ ଚଳିତବର୍ଷ ୮୧୫୦ଟି ଟିକେଟ ଅନଲାଇନରେ ବିକ୍ରି କରାଯିବାକୁ ଧାର୍ଯ୍ୟ କରାଯାଇଛି। ତେବେ ଦର୍ଶକମାନଙ୍କୁ ପ୍ରତ୍ୟେକ ଟିକେଟର ମୂଳ ରାଶି ସହ ୧୮ପ୍ରତିଶତ ଜିଏସ୍‌ଟି ଟ୍ୟାକ୍ସ ଦେବାକୁ ପଡ଼ିବ। ଅନଲାଇନ ଜରିଆରେ ଗ୍ୟାଲେରୀ ନଂ-୨ଓ ୪ରେ ୩୦୦୦ ଲେଖାଏ ଟିକେଟ ଉପଲବ୍ଧ ଅଛି। ଏହି ଟିକେଟର ମୂଲ୍ୟ ୫୦୦ଟଙ୍କା ରହିଛି। ଗ୍ୟାଲେରୀ ନଂ-୬ର ୧୫୦୦ଟିକେଟ ଅନଲାଇନରେ ବିକ୍ରି ହେବ। ଏହି ଟିକେଟର ମୂଲ୍ୟ ୪୦୦ଟଙ୍କା। ଉକ୍ତ ଟିକେଟ କିଣିବାକୁ ହେଲେ ଜିଏସ୍‌ଟି ଟ୍ୟାକ୍ସ ଦେବାକୁ ପଡ଼ିବ ନାହିଁ। ଅନଲାଇନରେ ନ୍ୟୁ ପ୍ୟାଭିଲିୟନର ୫୦ଟି ଟିକେଟ ବିକ୍ରି ହେବ ଓ ପ୍ରତ୍ୟେକ ଟିକେଟର ମୂଲ୍ୟ ୫ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି। ସେହିପରି ସ୍ପେସାଲ ଏନକ୍ଲୋଜର ଟିକେଟର ମୂଲ୍ୟ ୩ହଜାର ଥିବା ବେଳେ ଅନଲାଇନରେ ବିକ୍ରି ହେବ ୫୦୦ଟି ଟିକେଟ ଓ ୫ହଜାର ଦର ବିଶିଷ୍ଟ ଏସି ବକ୍ସ ଗ୍ୟାଲେରୀ ଟିକେଟ ଅନଲାଇନରେ ୧୦୦ଖଣ୍ଡ ଉପଲବ୍ଧ ରହିବ। ଆସନ୍ତା ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ କେମ୍ବ୍ରିଜ ସ୍କୁଲରୁ ଅନଲାଇନ୍‌ ଟିକେଟ୍‌ କ୍ରେତାମାନେ ଅରିଜିନାଲ ଟିକେଟ ହାସଲ କରିବେ।

Share