Categories: ଖେଳ

ବାରବାଟୀ ଦିନିକିଆ: ଆଉ ୮ ଦିନ: ପ୍ରସ୍ତୁତି ଅନୁଧ୍ୟାନ କଲେ ମନ୍ତ୍ରୀ

କଟକ ଅଫିସ,୧୪ା୧୨-
ଡିସେମ୍ବର ୨୨ରେ ହେବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ ବିପକ୍ଷ ଅନ୍ତର୍ଜାତୀୟ ମ୍ୟାଚ୍‌ ଏବେ ରାଜ୍ୟରେ ସବୁଠାରୁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ସମେତ ରାଜ୍ୟ ସରକାର, ଜିଲା ପ୍ରଶାସନ ମ୍ୟାଚ୍‌କୁ ସୁଚାରୂରୂପେ ଆୟୋଜନ କରିବାକୁ ଉଦ୍ୟମ ଚଳାଇଛନ୍ତି। ଏହି ପରିପ୍ରେକ୍ଷୀରେ ଗୃହ ଓ ନଗର ଉନ୍ନୟନ, ପଞ୍ଚାୟତି ରାଜ, ପାନୀୟ ଜଳ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା ଶୁକ୍ରବାର ବାରବାଟୀ ଷ୍ଟାଡିୟମ ପରିଦର୍ଶନ କରିବା ସହ ମ୍ୟାଚ୍‌ ନେଇ ପ୍ରସ୍ତୁତି ଅନୁଧ୍ୟାନ କରିଥିଲେ। ବିଶେଷକରି ଦର୍ଶକମାନଙ୍କ ନିମନ୍ତେ ଉପଲବ୍ଧ ଥିବା ବିଭିନ୍ନ ସୁବିଧା ସୁଯୋଗ ଯଥା ପାନୀୟଜଳ, ଆମ୍ବୁଲାନ୍ସ, ଖାଦ୍ୟ ବ୍ୟବସ୍ଥା ବିଷୟରେ ପଚାରି ବୁଝିଥିଲେ। ଷ୍ଟାଡିୟମ ଭିତରକୁ ପାଣି ବୋତଲ ମନା ଥିବା ବେଳେ ଦର୍ଶକଙ୍କୁ କିପରି ପାନୀୟ ଜଳ ଯୋଗାଇ ଦିଆଯିବ ସେ ସମ୍ପର୍କରେ ଓସିଏ ପକ୍ଷରୁ ମନ୍ତ୍ରୀ ଜେନାଙ୍କୁ ଅବଗତ କରାଯାଇଥିଲା।

Share