Categories: ଖେଳ

ବାରବାଟୀ ଦିନିକିଆ: ଗ୍ୟାଲେରିରେ ବିଛାଗଲା କାର୍ପେଟ

କଟକ ଅଫିସ,୧୫।୧୨- ଆଗାମୀ ଭାରତ-ୱେଷ୍ଟଇଣ୍ଡିଜ ଏକଦିବସୀୟ ଅର୍ନ୍ତଜାତୀୟ ମ୍ୟାଚ ଲାଗି ଦର୍ଶକମାନଙ୍କ ନିମନ୍ତେ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ବିଶେଷ ସୁବିଧା ସୁଯୋଗ ପ୍ରଦାନ କରିଛି। ଏହି ମ୍ୟାଚ୍‌ ଲାଗି ଗ୍ୟାଲେରି ଟିକେଟ୍‌ କିଣିଥିବା ଦର୍ଶକ ଏହାର ଫାଇଦା ପାଇବେ। ପ୍ରଥମଥର ନିମନ୍ତେ ଷ୍ଟାଡିୟମର ସମସ୍ତ ଗ୍ୟାଲେରିରେ କାର୍ପେଟ ବିଛାଯାଇଛି। ସିମେଣ୍ଟ ପାହାଚ ସଦୃଶ ଗ୍ୟାଲେରୀ ଗୁଡ଼ିକରେ ଦର୍ଶକମାନେ ଦୀର୍ଘ ସମୟ ଧରି ବସିବା ମୁସ୍କିଲ। ଏହାକୁ ଲକ୍ଷ୍ୟ ରଖି ସିମେଣ୍ଟ ପାହାଚଗୁଡ଼ିକ ଉପରେ ଶନିବାରଠାରୁ କାର୍ପେଟ ବିଛାଯାଉଥିବା ଦେଖିବାକୁ ମିଳିଛି। ଡିସେମ୍ବର ୨୨ରେ ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍‌ ନିମନ୍ତେ ଆସିଥିବା ବିସିସିଆଇ ପାଣ୍ଠିରୁ ଏହା ଖର୍ଚ୍ଚ କରାଯାଉଥିବା ଓସିଏର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

Share