Categories: ଖେଳ

ବାରବାଟୀ ଦିନିକିଆ: ପ୍ରସ୍ତୁତି ଅନୁଧ୍ୟାନ କଲେ ମନ୍ତ୍ରୀ

କଟକ ଅଫିସ,୮।୧୨- ଅନ୍ତର୍ଜାତୀୟ ମ୍ୟାଚ୍‌ ନେଇ ବାରବାଟୀ ଷ୍ଟାଡିୟମରେ ଚାଲିଥିବା ପ୍ରସ୍ତୁତିକୁ ଶନିବାର ଅନୁଧ୍ୟାନ କରିଛନ୍ତି ଗୃହ, ଶକ୍ତି, ଶିଳ୍ପ ଓ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ କ୍ୟାପ୍‌ଟେନ ଦିବ୍ୟଶଙ୍କର ମିଶ୍ର। ମ୍ୟାଚ୍‌ ସମୟରେ ଷ୍ଟାଡିୟମରେ ଶୃଙ୍ଖଳା ବ୍ୟବସ୍ଥା କିପରି ରହିବ ସେ ଦିଗରେ ମନ୍ତ୍ରୀ ମିଶ୍ର ଆଲୋଚନା ମଧ୍ୟ କରିଥିଲେ। ଗ୍ୟାଲେରୀଗୁଡ଼ିକରେ ଦର୍ଶକଙ୍କ ସୁବିଧା ସୁଯୋଗ ନେଇ ଏହି ଅବସରରେ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ପଦାଧିକାରୀଙ୍କ ସହ ଆଲୋଚନା ହୋଇଥିଲା। ଆସନ୍ତା ୧୯ ଓ ୨୦ ତାରିଖରେ ଉକ୍ତ ମ୍ୟାଚ୍‌ ନିମନ୍ତେ ଷ୍ଟାଡିୟମର ବିଭିନ୍ନ କାଉଣ୍ଟରରେ ଟିକେଟ ବିକ୍ରି ହେବ। ଏହି ଦୁଇ ଦିନ ସମେତ ମ୍ୟାଚ ଦିନ ହେବାକୁ ଥିବା ବ୍ୟାରିକେଡ ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ମନ୍ତ୍ରୀ ପଚାରି ବୁଝିଥିଲେ। ପରିଦର୍ଶନ ସମୟରେ ପୋଲିସ ଡିଜି ସତ୍ୟଜିତ ମହାନ୍ତି, ଓସିଏ ସମ୍ପାଦକ ସଞ୍ଜୟ ବେହେରା, ଅତିରିକ୍ତ ଜିଲାପାଳ ବିଜୟ କୁମାର ଖଣ୍ଡାୟତରାୟଙ୍କ ସମେତ ଅନେକ ବରିଷ୍ଠ ପୋଲିସ ଅଧିକାରୀ ଓ ଓସିଏର ପଦାଧିକାରୀ ଉପସ୍ଥିତ ଥିଲେ।

Share