Categories: ଖେଳ

ବାରବାଟୀ ଫ୍ଲଡ୍‌ଲାଇଟ୍‌ ମରାମତି ଆରମ୍ଭ

କଟକ ଅଫିସ,୧୯ା୧୧- ଡିସେମ୍ବର ୨୨ରେ ହେବାକୁ ଥିବା ଅନ୍ତର୍ଜାତୀୟ ଏକଦିବସୀୟ କ୍ରିକେଟ ମ୍ୟାଚ୍‌କୁ ଦୃଷ୍ଟିରେ ରଖି ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ପ୍ରସ୍ତୁତି ଆରମ୍ଭ କରିଛି। ସୋମବାର ‘ଦେବ ମସ୍କୋ’ ଟିମ୍‌ ଫ୍ଲଡ୍‌ଲାଇଟ୍‌ ମରାମତି କାର୍ଯ୍ୟ ଆରମ୍ଭ କରିଛନ୍ତି। ମରାମତି କରୁଥିବା ଉକ୍ତ ଟିମ୍‌ର ମାଲିକ ହେଉଛନ୍ତି କିମ୍ବଦନ୍ତୀ କ୍ରିକେଟର କପିଳ ଦେବ। ଯଥାଶୀଘ୍ର ଏହି ଟିମ୍‌ ଫ୍ଲଡଲାଇଟ୍‌ ମରାମତି ଶେଷ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ଓସିଏ ପକ୍ଷରୁ ସୂଚନା ଦିଆଯାଇଛି। ଗତ ଫନୀ ଝଡ଼ରେ ଷ୍ଟାଡିୟମର ୮ଟି ଯାକ ଫ୍ଲଡଲାଇଟ୍‌ କ୍ଷତିଗ୍ରସ୍ତ ହୋଇଛି।

Share