Categories: ଖେଳ

ବାରବାଟୀ ମ୍ୟାଚ: ଡାଏଟ୍‌ ପ୍ଲାନ୍‌ରେ ଚିକେନ୍‌କୁ ଗୁରୁତ୍ୱ

କଟକ ଅଫିସ,୧୨ା୧୨-  ଉଭୟ ଭାରତ ଓ ୱେଷ୍ଟଇଣ୍ଡିଜ ଦଳର ଡାଏଟ୍‌ ପ୍ଲାନ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)ରେ ପହଞ୍ଚିଛି। ଉଭୟ ଦଳର ଖେଳାଳିଙ୍କ ଖାଦ୍ୟ ତାଲିକାରେ ଚିକେନ୍‌ର ବିଭିନ୍ନ ଆଇଟମ୍‌କୁ ଗୁରୁତ୍ୱ ଦିଆଯାଇଛି। ଅଭ୍ୟାସ ଓ ମ୍ୟାଚ୍‌ ଦିନ ଖେଳାଳିଙ୍କ ଖାଦ୍ୟରେ ପ୍ରୋଟିନ୍‌ ଯୁକ୍ତ ଖାଦ୍ୟ ଭାବେ ଗ୍ରୀଲଡ ଚିକେନ୍‌, ବେକ୍‌ଡ ଚିକେନ୍‌, ରୋଷ୍ଟେଡ ଚିକେନ୍‌ ପ୍ରଭୃତି ରହିବ। ଖେଳାଳିମାନେ ଅଭ୍ୟାସ ପୂର୍ବରୁ ସ୍ୟାଣ୍ଡୱିଚ୍‌, ଫଳ, ମୃଦ୍ୟୁପାନୀୟ ନେବେ। ସ୍ୟାଣ୍ଡୱିଚ୍‌ରେ ସିଝା ଅଣ୍ଡା, ଅଣ୍ଡା ସାଲାଡ, ସ୍ଲାଇସ୍‌ଡ ଚିକେନ୍‌ ବ୍ରିଷ୍ଟ ରହିଛି। ଫଳ ଭାବେ ଖେଳାଳିମାନଙ୍କ ଖାଦ୍ୟ ତାଲିକାରେ ଆମ୍ବ, କଦଳୀ, କମଳା, ତରଭୂଜ, ଅମୃତଭଣ୍ଡା, ସପୁରୀ ରହିଛି। ହଟ୍‌ ଚକୋଲେଟ୍‌ ମଧ୍ୟ ମ୍ୟାଚ୍‌ ପୂର୍ବରୁ ଖେଳାଳିମାନଙ୍କ ନିମନ୍ତେ ରଖାଯିବ। ଅଭ୍ୟାସ ପରେ କଖାରୁ, ମିଠାମକା ସୁପ୍‌ ସହିତ ମୁଖ୍ୟ ଖାଦ୍ୟ ଭାବେ ଭାତ, ପାସ୍ତା ରଖାଯାଇଛି। ମ୍ୟାଚ୍‌ ଦିନ ଖେଳାଳିଙ୍କ ଖାଦ୍ୟ ତାଲିକା ବେଶ୍‌ ଲମ୍ବା ଥିବା ବେଳେ ବିଭିନ୍ନ ଆମିଷ ଜାତୀୟ ଖାଦ୍ୟକୁ ସାମିଲ କରାଯାଇଛି।

Share